Sat. Jan 25th, 2025

ଚିକାଗୋରେ ୮୦ଟି ଦେଶର ୨୫୦୦ ହିନ୍ଦୁଙ୍କୁ ସମ୍ବୋଧିତ କରିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

By amfnews Sep 4, 2018 #Featured
221 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୪  :

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଚିକାଗୋରେ ସ୍ୱାମୀ ବିବେକାନନ୍ଦର ଧର୍ମ ସଂସଦରେ ଦିଆଯାଇଥିବା ଭାଷଣର ୧୨୫ବର୍ଷପୂର୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି । ଏଥିରେ ନାଇଡୁ ଭାରତୀୟଙ୍କୁ ସମ୍ବୋଧିତ କରିବେ । ତେବେ ନାଇଡୁଙ୍କର ଏହା ପ୍ରଥମ ଆମେରିକା ଯାତ୍ରା ।

୧୮୮୩ରେ ଆୟୋଜିତ ବିଶ୍ୱ ଧର୍ମ ସଂସଦରେ ବିବେକାନନ୍ଦ ଓଜସ୍ୱୀ ଭାଷଣ ଦେଇଥିଲେ, ଯାହାକି ସମଗ୍ର ଦୁନିଆରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୮୦ରୁ ଅଧିକ ରାଷ୍ଟ୍ରର୨୫୦୦ ହିନ୍ଦୁ ଯୋଗ ଦେବାକୁ ଯାଉଛନ୍ତି । ଏହି ସମାରୋହ ସେପ୍ଟେମ୍ବର ୭ରେ ଆରମ୍ଭ ହୋଇ ସେପ୍ଟେମ୍ବର ୯ରେ ଶେଷ ହେବ। ଡବ୍ଲ୍ୟୁଏଚସି ପ୍ରତି  ୪ବର୍ଷରେ ଥରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରୁଛି ।

ଡବ୍ଲ୍ୟୁଏଚସିର ସଂଯୋଜକ ଅଭୟ ଅସ୍ଥାନା କାଲି କହିଥିଲେ କି, ଚିକାଗୋରେ ଉପରାଷ୍ଟ୍ରପତି ନିଜ ସମ୍ବୋନ୍ଧନରେ ସମକାଳୀନ ବିଶ୍ୱରେ ବିବେକାନନ୍ଦଙ୍କ ଶିକ୍ଷାର ପ୍ରାସଙ୍ଗିକତା ଏବଂ ସମାଜର ପ୍ରମୁଖ ସମସ୍ୟାର ସମାଧାନରେ ତାହାକୁ କିଭଳି ଭାବରେ ଉପେଯାଗ କରାଯିବ ସେହି ବିଷୟରେ କହିବେ ।

By amfnews

Related Post