Fri. Mar 6th, 2026

ଚାଷୀଙ୍କ ଆକାଉଣ୍ଟକୁ ଗଲା ଡବଲ ଟଙ୍କା

299 Views

ସୋନପୁର : ଧାନକିଣାରେ ସ୍ୱଚ୍ଛତା ଆଣିବା ପାଇଁ ପି-ପାସ ବ୍ୟବସ୍ଥା କରି ଚାଷୀଙ୍କଠାରୁ ଧାନ କିଣିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ସେହିଭଳି ଯୋଗାଣ ନିଗମ ଧାନ ବିକ୍ରୀ କରିଥିବା ଚାଷୀଙ୍କ ତାଲିକା ପ୍ରଦାନ ପରେ ସମବାୟ ବ୍ୟାଙ୍କ ରାଜ୍ୟର ଚାଷୀଙ୍କ ଆକାଉଣ୍ଟରେ ୪୮ ଘଣ୍ଟା ମଧ୍ୟରେ ଟଙ୍କା ଜମା କରିବାକୁ ବ୍ୟବସ୍ଥା ହୋଇଛି।

ହେଲେ ବୈଷୟିକ ତ୍ରୁଟି ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାର ୮ଶହ ଚାଷୀଙ୍କ ଖାତାରେ ଦୁଇଥର ଲେଖାଁଏ ଧାନ ବିକ୍ରୀ ଟଙ୍କା ଜମା ହେବା ଭଳି ଘଟଣା ଦେଖିବାକୁ ମିଳିଛି। ଏନେଇ ରାଜ୍ୟ ସମବାୟ ବ୍ୟାଙ୍କ ଭୁବନେଶ୍ୱର ମୁଖ୍ୟ ଶାଖାରୁ ଆନୁମାନିକ ୮୦ ଲକ୍ଷ ଟଙ୍କା ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଡବଲ ପେମେଣ୍ଟ ହୋଇଥିବା ଜଣାପଡିଛି।

ଘଟଣା ଜଣାପଡିବା ପରେ ଟଙ୍କା ଫେରସ୍ତ କରିବା ପାଇଁ ଚାଷୀଙ୍କ ଆକାଉଣ୍ଟ  ଥିବା ବିଭିନ୍ନ ବ୍ୟାଙ୍କକୁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଅଫ ଇଣ୍ଡିଆ, ଆକ୍ସିସ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡିକ ସମ୍ପୃକ୍ତ ଚାଷୀଙ୍କ ଆକାଉଣ୍ଟକୁ ହୋଲ୍ଡ କରି ଦିଆଯାଇଥିଲା। ହେଲେ ଭୁବନେଶ୍ୱରରୁ ଆସିଥିବା କମ୍ପ୍ୟୁଟର ଟିମ୍‌ ଏହି ସମସ୍ୟାର ସମାଧାନ କରି ସାରିଥିବା ଜଣାଯାଇଛି।

ଏ ସମ୍ପର୍କରେ ସୁବର୍ଣ୍ଣପୁର ସିଏସ୍‌ଓ ବିବେକାନନ୍ଦ କୋରକୋରା କହିଛନ୍ତି, କମ୍ପ୍ୟୁଟର ଟିମ୍‌ ଆସି ଏହି ସମସ୍ୟାର ସମାଧାନ କରି ସାରିଛନ୍ତି। ଯେଉଁ ଯେଉଁ ଆକାଉଣ୍ଟକୁ ଟଙ୍କା ଡବଲ ହୋଇଥିଲା ତାହା ଫେରି ଆସିଲାଣି।  ସର୍ଭର ତ୍ରୁଟିଯୋଗୁ ଏପରି ହୋଇଥିଲା। ଆଗକୁ ଏପରି ହେବ ନାହିଁ।

By amfnews

Related Post