172 Views
ବୌଦ୍ଧ : ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ନିଦ ହଜିଯାଇଛି । ଆଇନ ଉଂଲ୍ଲଘନ କଲେ ମୋଟା ଅଙ୍କର ଅର୍ଥ ଜରିମାନା ଦେବାକୁ ପଡ଼ୁଛି । ଏଭଳି ସ୍ଥିତିରେ ବୌଦ୍ଧ ଜିଲ୍ଲା ବାମଣ୍ଡା ଗ୍ରାମର ଚାଷୀ ଦିଲୀପ ମହାପାତ୍ର ନିଜ ଉଦ୍ୟମରେ ନିଜ ଖର୍ଚ୍ଚରେ ବ୍ୟାଟେରି ଚାଳିତ କିଷାନ୍ ବାଇକ ତିଆରି କରିଛନ୍ତି । ଏହା ଦେଖିବାକୁ ସିନା ସାଇକେଲ୍ ଭଳି, କାମରେ କିନ୍ତୁ ବାଇକ୍ ସହ ସମାନ ।
ବଡ଼ କଥା ହେଲା ପେଟ୍ରୋଲ୍,ଡିଜେଲ୍ କିମ୍ବା ଇଂଜିନ୍ ଅଏଲ୍ ବିନା ଏହା ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଚାଲିପାରିବ । ଏଥିରେ ଲାଗିଛି ୧୨ ଭୋଲ୍ଟର ଦୁଇଟି ବ୍ୟାଟେରି ଓ ୩୫ ୱାଟର ମୋଟର୍ । ଥରେ ବ୍ୟାଟେରିକୁ ୪ରୁ ୫ ଘଣ୍ଟା ଚାର୍ଜ କଲେ ସାଇକେଲ୍ ୮୦ କିଲୋମିଟର ଚାଲିବ । ବାଇକରେ ଲାଗିଛି ଏକ୍ସଲେଟର୍ । ଗତି କମାଇବା ପାଇଁ ବି ରହିଛି କଣ୍ଟ୍ରୋଲର । ଦିଲ୍ଲୀର କରୋଲଗରୁ ଦିଲୀପ ସେ ମୋଟରଟି ଆଣିଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ବଜାରରେ ଉପଲବ୍ଧ ବାଇକର ଦାମ୍ ଅତିକମରେ ୫୦ ହଜାର ଟଙ୍କା ରହିଛି ।