Sat. Nov 23rd, 2024

ଚାଷୀ ଆନ୍ଦୋଳନ: ସମର୍ଥନ ଜଣାଇଲା ପରିବହନ ସଂଗଠନ, ଡିସେମ୍ବର ୮ରୁ ସାମଗ୍ରୀ ନଯୋଗାଇବାକୁ ଦେଲା ଚେତାବନୀ

By amfnews Dec 3, 2020 #Featured
220 Views

ନୂଆଦିଲ୍ଲୀ, ଡିସେମ୍ବର ୦୩ : ସିଙ୍ଘୁ ସୀମାରେ ସରକାରଙ୍କ ବିରୋଧରେ ବିଗତ ୭ ଦିନ ଧରି ପ୍ରଦର୍ଶନ କରୁଥିବା ହରିଆଣା ଓ ପଂଜାବର ଚାଷୀଙ୍କୁ ଦେଶର ଚାଷୀମାନଙ୍କର ସମର୍ଥନ ମିଳିଛି । ଏହାରି ମଧ୍ୟ ପରିବହନ ସଂଗଠନ ମଧ୍ୟ ଚାଷୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି । ଦେଶର ପରିବହନ ସଂଗଠନ ଆଗାମୀ ଡିସେମ୍ବର ୮ ତାରିଖରୁ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଆହ୍ୱାନ କରିଛନ୍ତି । 

ପରିବହନ ସଂଗଠନ କହିଛି ଯେ, ଯଦି ସରକାର ଚାଷୀଙ୍କ ଦାବୀ ପୂରଣ ନ କରନ୍ତି, ତା’ହେଲେ ଅଖିଳ ଭାରତୀୟ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଦିଲ୍ଲୀ-ଏନସିଆର ସମେତ ପୂରା ଦେଶରେ ଅତ୍ୟାବଶ୍ୟକ ଜିନିଷର ପରିବହନ ଓ ଯୋଗାଣକୁ ବନ୍ଦ କରିଦେବ । 

ଅଲ ଇଣ୍ଡିଆ ମୋଟର୍ସ କଂଗ୍ରେସ (ଏଆଇଏଟିସି) ଟ୍ରାନ୍ସପୋର୍ଟର ବଡ ସଂସ୍ଥା, ଯେଉଁଥିରେ କି ୯୫ ଲକ୍ଷ ଟ୍ରକ ଡ୍ରାଇଭର ଓ ଅନ୍ୟ ସଂସ୍ଥା ପ୍ରତିନିଧିତ୍ୱ କରିଥାଏ । ଟ୍ରାନ୍ସପୋର୍ଟ କଂଗ୍ରେସ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି କହିଛି ଯେ, ଚାଷୀ ହେଉଛି ଆମର ଅନ୍ନଦାତା ଏବଂ ସେ ଭାରତର ଅର୍ଥବ୍ୟବସ୍ଥା ଅସ୍ଥି ସଦୃଶ୍ୟ । ଏମିତିରେ ଚାଷୀଙ୍କ ଦାବୀକୁ ଅଣଦେଖା କରା ନଯିବା ଉଚିତ । 

ପରିବହନ ସଂଗଠନ କହିବା ଅନୁସାରେ ଆମ ଦେଶର ଗ୍ରାମାଂଚଳରେ ପାଖାପାଖି ୭୦ ପ୍ରତିଶତ ପରିବାର ଚାଷ ଓ ଚାଷ ସହିତ କାମରେ ନିୟୋଜିତ ଅଛନ୍ତି । ଏହି ଚାଷୀମାନେ ହେଉଛନ୍ତି ଅନ୍ନଦାତା ଏବଂ ତାଙ୍କର ଦାବିକୁ ଅତି ଗୁରୁତର ସହିତ ନେବାର ଆବଶ୍ୟକତା ରହିଛି ।

By amfnews

Related Post