Sat. Nov 23rd, 2024

ଚାଷୀ ଆନ୍ଦୋଳନ: ଆଜି ଏକାଦଶ ପର୍ଯ୍ୟାୟରେ ଆଲୋଚନା, କୃଷକ ସଂଗଠନ ମାନିଲାନି ସରକାରଙ୍କ ପ୍ରସ୍ତାବ

By amfnews Jan 22, 2021 #Featured
147 Views

ନୂଆଦିଲ୍ଲୀ, ଜାନୁଆରୀ ୨୨ : ଚାଷୀ ସଂଗଠନ ଗୁରୁବାର ୩ କୃଷି ଆଇନକୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ବିତାଇବା ସମାଧାନର ରାସ୍ତା ବାହାର କରିବା ଲାଗି ଏକ କମିଟି ଗଠନ କରିବା ସଂପର୍କିତ ସରକାରଙ୍କ ପ୍ରସ୍ତାବକୁ ଖାରଜ କରିଦେଇଛି । ଯୁଗ୍ମ ଚାଷୀ ମୋର୍ଚ୍ଚା ନେତୃତ୍ୱରେ ଚାଷୀନେତାମାନେ ସରକାରଙ୍କ ଏହି ପ୍ରସ୍ତାବ ଉପରେ ସିଙ୍ଘୁ ସୀମାରେ ଏକ ମାରାଥନ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଦଶ ପର୍ଯ୍ୟାୟରେ ବୈଠକ ପୂର୍ବରୁ ଚାଷୀମାନେ ଏହି ନିଷ୍ପତ୍ତି ନେଇଛନ୍ତି । ମାତ୍ର ଜଣେ ଚାଷୀ ନେତା ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ବୈଠକରେ ଏଭଳି ନିଷ୍ପତ୍ତି ହୋଇ ନାହିଁ । 

ଚାଷୀ ନେତା ଦର୍ଶନ ପାଲଙ୍କ ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଯୁଗ୍ମ ଚାଷୀ ମୋର୍ଚ୍ଚା ତରଫରୁ ସାଧାରଣ ସଭାରେ ସରକାରଙ୍କ ଦ୍ୱାରା ରଖାଯାଇଥିବା ପ୍ରସ୍ତାବକୁ ସ୍ୱୀକାର କରାଯାଇ ନାହିଁ । ସେ କହିଛନ୍ତି ଯେ, ସାଧାରଣ ବୈଠକରେ ୩ କେନ୍ଦ୍ରୀୟ କୃଷି ଆଇନକୁ ପୂରା ବାତିଲ କରିବା ଓ ସବୁ ଚାଷୀଙ୍କ ଲାଗି ସମସ୍ତ ଫସଲ ଉପରେ ଏମଏସପି ଲାଗି ଆନଇ କରିବା ନେଇ ଆଲୋଚନା, ଏହି ଆନ୍ଦୋଳନର ମୁଖ୍ୟ ମାର୍ଗ ଭାବେ ପୁନରାବୃତ୍ତି କରାଯାଇଛି । 

ଦଶମ ପର୍ଯ୍ୟାୟର ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବୁଧବାର କହିଥିଲେ ଯେ, ଆଜି ଆମର ଉଦ୍ୟମ ଥିଲା ଯେ, କୌଣସି ପ୍ରକାରରେ ନିଷ୍ପତ୍ତି ହୋଇଯାଉ । ଚାଷୀ ସଂଗଠନ ଚାଷୀ ଆଇନ ପ୍ରତ୍ୟାହାର ଦାବି କରିଥିଲେ ଏବଂ ସରକାର ଖୋଲାଖୋଲି ଭାବେ ବ୍ୟବସ୍ଥା ଅନୁସାରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । 

କେନ୍ଦ୍ର ମନ୍ତ୍ରୀ କହିଥିଲେ, ସୁପ୍ରିମକୋର୍ଟ କିଛି ସମୟ ଲାଗି କୃଷି ସଂଶୋଧନ ଆଇନକୁ ସ୍ଥଗିତ କରିଦେଇଛନ୍ତି । ସରକାର ୧-୧.୫ ବର୍ଷ ପର୍ଯ୍ୟନ୍ତ ଆଇନର କ୍ରିୟାନ୍ୱୟନକୁ ସ୍ଥଗିତ କରିବା ଲାଗି ପ୍ରସ୍ତୁତ ଅଛନ୍ତି । ଏହି ସମୟ ମଧ୍ୟ ଚାଷୀ ସଂଗଠନ ଓ ସରକାର ଆଲୋଚନା କରନ୍ତୁ ଏବଂ ସମସ୍ୟାର ସମାଧାନ ବାହାର କରନ୍ତୁ ।

By amfnews

Related Post