Mon. Mar 9th, 2026

ଚାଲି ଚାଲି ଯାଉଥିଲେ, ପିଟି ଦେଲା ଅଜଣା ଗାଡ଼ି

153 Views

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା-ଧର୍ମଗଡ଼ ମୁଖ୍ୟ ରାସ୍ତାର ଖାଲିଆକାନି ନିକଟରେ କୌଣସି ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦୁର୍ଜନ ମାଝି। ତାଙ୍କ ଘର ନକଟିକାନି ଗ୍ରାମ ପଞ୍ଚାୟତର ଅମୁର୍ଲାପଦର ଦରଲୀପଡ଼ା ଗାଁରେ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏ ଘଟଣା ଘଟିଥିବା କୁହାଯାଉଛି। ଦୁର୍ଜନ ଚାଲି ଚାଲି ଯାଉଥିବା ବେଳେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିବା କୁହାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତା କଡ଼ରେ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଗୋଲାମୁଣ୍ଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

By amfnews

Related Post