Sun. Mar 8th, 2026

ଚାରିଦିନିଆ ଗସ୍ତରେ ଯାଇ ଅଷ୍ଟ୍ରେଲିଆରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

213 Views

ନୂଆଦିଲ୍ଲୀ, ୨୧/୧୧: ଚାରିଦିନିଆ ସରକାରୀ ଗସ୍ତରେ ବାହାରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ସକାଳେ ଅଷ୍ଟ୍ରେଲିଆର ସିଡ୍‌ନି ଠାରେ ପହଞ୍ଚିଛନ୍ତି। ଏହା ହେଉଛି ଭାରତୀୟ ରାଷ୍ଟ୍ରପତିଙ୍କର ପ୍ରଥମ ଅଷ୍ଟେଲିଆ ଗସ୍ତ।

ରାଷ୍ଟ୍ରପତି କୋବିନ୍ଦ ଏବଂ ଫାଷ୍ଟ୍‍ ଲେଡି ସବିତା କୋବିନ୍ଦଙ୍କୁ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ଅଷ୍ଟ୍ରେଲିଆର ଗଭର୍ଣ୍ଣନର୍‌ ଜେନେରାଲ୍‌ଙ୍କ ସରକାରୀ ସଚିବ ପଲ୍‌ ସିଙ୍ଗର୍‌ ଏମ୍‌ଭିଓ ପାଛୋଟି ନେଇଛନ୍ତି।

ଦ୍ୱିପାକ୍ଷିକ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ ଭାତୀୟ ବଂଶୋଦ୍ଭବଙ୍କୁ ଅଭିଭାଷଣ ଦେବେ ଓ ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଗସ୍ତକାଳରେ ସେ ଭିକ୍ଟୋରିଆର ଗଭର୍ଣ୍ଣନର୍‌ ଲିଣ୍ଡା ଡେସାଉ ଏସିଙ୍କୁ ସାକ୍ଷାତ୍‌ କରିବେ ଏବଂ ମେଲ୍‌ବର୍ଣ୍ଣ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ପ୍ରଦାନ କରିବେ।

ଦ୍ୱୀପ ଦେଶକୁ ଗସ୍ତ କରିବା ପୂର୍ବରୁ ରାଷ୍ଟ୍ରପତି କୋବିନ୍ଦ ଚାରିଦିନିଆ ଗସ୍ତରେ ଭିଏତ୍‌ନାମ ଗସ୍ତ କରି ସେଠାରେ ଜାତୀୟ ବିଧାନସଭାରେ ଅଭିଭାଷଣ ଦେବା ସହ ଭିଏତ୍‌ନାମର ରାଷ୍ଟ୍ରପତି ଗୁଏନ୍‌ ଫୁ ଟ୍ରୋଙ୍ଗ୍‌ଙ୍କୁ ଭେଟି ପ୍ରତିରକ୍ଷା, ମହାକାଶରେ ବେସାମରିକ ଆଣବିକ ଶକ୍ତି, ତୈଳ ଓ ବାଷ୍ପ, ଭିତ୍ତିଭୂମି, କୃଷି ଏବଂ ଉଦ୍ଭାବନଭିତ୍ତିକ ଉଦ୍ୟୋଗ ଆଦିରେ ସମ୍ପର୍କ ଦୃଢ଼ କରିବାକୁ ରାଜି ହୋଇଥିଲେ।

By amfnews

Related Post