Sat. Mar 7th, 2026

ଚାରିଦିନ ଧରି ରାଜ୍ୟରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା

314 Views

ଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇପାରେ ଏବଂ କେତେକ ସ୍ଥାନରେ ବଜ୍ରପାତର ଆଶଙ୍କା ବି ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପୂର୍ବାନୁମାନ କରାଯାଇଛି।

ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୧୩, ୧୪, ୧୫, ୧୬ ଓ ୧୭ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ହୋଇପାରେ। କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ଜିଲ୍ଲାର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ବି ପରାମର୍ଶ ଦିଆଯାଇଛି।

ଓଡ଼ିଶାରେ ତାଳଚେର ସର୍ବାଧିକ ତାପମାତ୍ରା ୩୨.୨ଡିଗ୍ରି ସେଲସିୟସ୍‌ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୬.୦ ଡିଗ୍ରି ସେଲସିୟସ୍‌ ତାପମାତ୍ରା ରହିଛି। ୧୮ ତାରିଖ ପରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

By amfnews

Related Post