Tue. Mar 10th, 2026

ଚାଇନା କମ୍ପାନୀ କରିବ ତାଳଚେର ସାର କାରଖାନାର ପୁନରୁଦ୍ଧାର

194 Views

ନୂଆଦିଲ୍ଲୀ : ଚାଇନାର ଉହାମ୍ ଇଞ୍ଜିନିୟରିଂ କମ୍ପାନୀ କରିବ ତାଳଚେର ସାର କାରଖାନାର ପୁନରୁଦ୍ଧାର। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଇନାର ଏହି କମ୍ପାନୀକୁ ଓ୍ୱାର୍କ ଅର୍ଡର ଦିଆଯାଇଛି । ତାଳଚେର ଫର୍ଟିଲାଇଜର ଲିମିଡେଟର କୋଇଲା ବାଷ୍ପିକରଣ ଆଧାରିତ ୟୁରିଆ ଉତ୍ପାଦନ ପ୍ରକଳ୍ପ ଅଧୀନରେ ପୁନରୁଦ୍ଧାର କାମ କରାଯିବ ।

ଆସନ୍ତା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ପ୍ଲାଣ୍ଟ ଜରିଆରେ ବର୍ଷକୁ ୧.୨୭ ମିଲିୟନ ଟନ ୟୁରିଆ ଉତ୍ପାଦନ କରାଯିବ। ଏହି  ପୁନଃରୁଦ୍ଧାର କାମରେ ୧୩ ହଜାର କୋଟି ଟଙ୍କା ନିବେଶ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ବ୍ୟତୀତ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା, ରାଜ୍ୟ ସରକାରଙ୍କ ତରଫରୁ ଆବାସିକ କମିଶନର ତୁହିନକାନ୍ତ ପାଣ୍ଡେଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

By amfnews

Related Post