Wed. Mar 12th, 2025

ଚଳନ୍ତା ସ୍କର୍ପିଓରେ ୧୦ମ ଶ୍ରେଣୀ ବାଳିକା ସହ ଗଣଦୁଷ୍କର୍ମ; ଭିଡିଓ ଭାଇରାଲ୍‌

By amfnews Aug 23, 2018 #Featured
171 Views

ଡାଲ୍‌ଟନ୍‌ଗଞ୍ଜ: ଜୁଲାଇ ମାସରେ ଗୋଟାଏ ଚଳନ୍ତା ଗାଡ଼ିରେ ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଧାରରେ ଝାଡ଼ଖଣ୍ଡ ଅନ୍ତର୍ଗତ ପାଲାମୁ ପୁଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ବୁକ୍‌ କରିଥିବା କଥା ବୁଧବାର ଦିନ ଅଧିକାରୀମାନେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଅପରାଧର ଭିଡିଓ ବହୁଳ ପ୍ରସାରଣ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଭିଡିଓ ଭାଇରାଲ୍‌ ହେବା କଥା ଜାଣିବା ପରେ ଝିଅ ଓ ତା’ର ପରିବାର ତରୁଫରୁ ବୁଧବାର ଦିନ ଜିଲ୍ଲା ପୁଲିସରେ ଅଭିଯୋଗ କରିଥିଲେ।
ପାଲାମୁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଇନ୍ଦ୍ରଜିତ ମହାଥା କହିଛନ୍ତି: ଆଇଟି ଏବଂ ପିଓସିଏସ୍‌ଓ ଆକ୍ଟ୍‌ର ବିଭିନ୍ନ ଧାରାରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ ଧରିବାକୁ ଆମେ ଚଢ଼ାଉ କରୁଛୁ।

ଲେସ୍‌ଲିଗଞ୍ଜ ଥାନାରେ ସେ ୧୦ମ ଶ୍ରେଣୀ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ଜୁଲାଇ ୨୩ ତାରିଖ ଦିନ ସତ୍‌ବାର୍‌ଓ୍ଵାର ଶିକ୍ଷକ ତାଲିମ୍‌ ମହାବିଦ୍ୟାଳୟ ନିକଟରୁ ଜବରଦସ୍ତି ଉଠାଇ ନେଇ ଶମ୍‌ଶାଦ୍‌ ଅନ୍‌ସାରି ନାମକ ଜଣେ ବ୍ୟକ୍ତି ତାଙ୍କ ସହ ସ୍କର୍ପିଓ ଗାଡ଼ି ମଧ୍ୟରେ ଦୁଷ୍କର୍ମ କରିଥିଲେ। ୧୦ମ ଶ୍ରେଣୀ ସପ୍ଲିମେଣ୍ଟାରି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିବାକୁ ସେ ଯାଇଥିଲେ।

ପୀଡ଼ିତା ଆହୁରି କହିଛନ୍ତି: ମୁଁ ପ୍ରତିବାଦ କରିବାରୁ, ଶମ୍‌ଶାଦ୍‌ ସହ ଆସିଥିବା ଦାନିଶ ଅନ୍‌ସାରି ମତେ ମାଡ଼ ଦେଇ ହତ୍ୟା କରିବାକୁ ଧମକ ଦେଲେ। ଦୁହେଁ ଦୁଷ୍କର୍ମର ଭିଡିଓ ମଧ୍ୟ ଉତ୍ତୋଳନ କରି ମତେ କହିଲେ କି, ସେମାନେ ଯେତେବେଳେ ଡକାଇବେ ସେତେବେଳେ ମୁଁ ଯିବି। ନଚେତ ମତେ ଓ ମୋ ପରିବାର ଲୋକଙ୍କୁ ହତ୍ୟା କରିବେ ବୋଲି ସେମାନେ ଧମକାଇଲେ।

ପରିବାରର ସମ୍ମାନ ପାଇଁ ମୁଁ ଚୁପ୍‌ ରହିଲି, କିନ୍ତୁ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍‌ ହେବା ପରେ ଲୋକେ ପଚରା ପଚରି କରିବାରୁ ପୁଲିସରେ ଫେରାଦ ହେବା ଛଡ଼ା ମୋ ପାଖରେ ଆଉ ଚାରା ନ ଥିଲା।

By amfnews

Related Post