Sat. Mar 7th, 2026

ଚଳନ୍ତା ଅଟୋରେ ବ୍ରାଉନ୍‌ସୁଗାର ବିକ୍ରି : ଡ୍ରାଇଭର ଗିରଫ, ୬ ଲକ୍ଷ ଟଙ୍କାର ପୁଡ଼ିଆ ଜବତ

201 Views

କଟକ, ନଭେମ୍ବର ୨୪ : କଟକ ସହରରେ ଚଳନ୍ତା ଅଟୋରେ ବିକ୍ରି ହେଉଛି ବାଙ୍ଗଲାଦେଶୀ ବ୍ରାଉନ୍‌ସୁଗାର। ଗରାଖମାନେ ଅଟୋରେ ଯାତ୍ରୀଙ୍କ ପରି ବସି ଅଟୋ ଡ୍ରାଇଭର‌୍‌ଙ୍କ ନିକଟରୁ ବ୍ରାଉନ୍‌ସୁଗାର କିଣୁଛନ୍ତି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଜଣେ ଅଟୋ ଚାଳକ ଆଜି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ଜଗତପୁର ପଣ୍ତା ସାହିର ସୁଧିର ମହାନ୍ତି। ପୁଲିସ ସୁଧିରର ଅଟୋରୁ ୬୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ସୁଗାର ଦାମ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ଆକଳନ କରୁଥିବା ସୂଚନା ମିଳିଛି।

ଆଜି ଲିଙ୍କ୍‌ରୋଡସ୍ଥିତ ନିଶାମଣି ହଲ୍‌ ରାସ୍ତାରେ ସୁଧିର ଜଣେ ଗ୍ରାହକଙ୍କୁ ଚଳନ୍ତା ଅଟୋରେ ବ୍ରାଉନ୍‌ସୁଗାର ବିକ୍ରି କରିବାକୁ ଆସିଥିଲେ। ସେଠୁ ଗୋପାଳପୁର ଆଡ଼କୁ ଯାଉଥିଲେ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରି ତାକୁ ଗିରଫ କରିିଥିଲା। ସୁଧିର ନିଜେ ବ୍ରାଉନସୁଗାର ଖାଉଥିବା ‌େ‌ବଳେ ପୁଡ଼ିଆ ପିଛା ୩୦୦ ଟଙ୍କାରେ ବିକ୍ରି କରୁଥିଲା ବୋଲି ଜେରା ବେଳେ ଜଣାପଡ଼ିଛି।

By amfnews

Related Post