Sat. Mar 7th, 2026

ଚର୍ଚ୍ଚା: ମନ୍ତ୍ରୀଙ୍କୁ ବିରୋଧ କରି ୭୩୦ ଦିନର ସବୈତନିକ ଛୁଟି ମାଗିଲେ ବରିଷ୍ଠ ଅଧିକାରୀ

916 Views

ଲାହୋର: ପାକିସ୍ତାନର ନବଗଠିତ ଇମ୍ରାନ୍‌ ଖାଁଙ୍କ ମନ୍ତ୍ରିମଣ୍ଡଳରେ ରେଳବାଇ ମନ୍ତ୍ରୀ ଦାୟିିତ୍ୱ ଗ୍ରହଣ କରିଥିବା ଶେଖ୍‌ ରସିଦଙ୍କ ବ୍ୟବହାରରେ ଅତିଷ୍ଟ ହୋଇ  ପାକିସ୍ତାନ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ୭୩୦ ଦିନର ସବୈତନିକ ଛୁଟି ମଞ୍ଜୁର ପାଇଁ ଆବେଦନ କରିବା ଘଟଣା ସମଗ୍ର  ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

ପାକିସ୍ଥାନ ରେଲେଓ୍ଵର ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ  ହନିଫ ଗୁଲ  ତାଙ୍କ ଛୁଟି ଆବେଦନରେ ଦର୍ଶାଇଛନ୍ତି ଯେ ପାକିସ୍ତାନର ନୂଆ ରେଳମନ୍ତ୍ରୀ ଶେଖ ରସିଦଙ୍କ  ମନୋଭାବ ଯେପରି ତାଙ୍କ ସହିତ କାଯ୍ୟ କରିବା ଏକ ପ୍ରକାର ଅସମ୍ଭବ। ପାକିସ୍ତାନ ରେଳମନ୍ତ୍ରୀ ଶେଖ୍‌ ରସିଦ ଅଣପେଷାଦାର ମନୋବୃତ୍ତି ସହିତ  ଖରାପ ବ୍ୟବହାର ଦେଖାଉଥିବାରୁ ପାକିସ୍ତନ ରେଳବାଇର ଜଣେ ସମ୍ମାନୀୟ  ଅଧିକାରୀଭାବେ ତାଙ୍କ ଅଧିନରେ କାର୍ଯ୍ୟ କରିବା ସମ୍ଭବ ନୁହେଁ, ତେଣୁ ତାଙ୍କୁ ୭୩୦ ଦିନ ଅର୍ଥାତ୍‌ ପୁରା ଦୁଇ ବର୍ଷ ସବୈତନିକ ଛୁଟିରେ ଯିବା ପାଇଁ ଅନୁମତି ମିଳୁ ବୋଲି ହନିଫ ଗୁଲ ରେଳବାଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।ଏହି ଛୁଟି ଆବେଦନପତ୍ର ସମାଜିକ ଗଣମଧ୍ୟମରେ ଭାଇରାଲ ହେବା ପରେ  ଢେର ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ଯୋଗ୍ୟ ଯେ  ଶେଖ ରସିଦ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରାଳବାଇର ଅଧିକାରୀମାନଙ୍କର ଏକ ବୈଠକରେ ରେଳବାଇ କାର୍ଯ୍ୟର ସମୀକ୍ଷା କରିଥିଲେ।  ଏଥିରେ  ରେଳବାଇର ବିକାଶ ନେଇ ଅଧିକାରୀମାନେ ‘ଗପ’ ଶୁଣାଉଛନ୍ତି ବୋଲି କହି ଶେଖ ରସିଦ  ଆକ୍ଷେପ କରିଥିଲେ। ଏଥିରେ ସେ ପାକିସ୍ତାନ ରେଳବାଇର ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ ହନିଫ ଗୁଲଙ୍କୁ କଡ଼ା ଭାଷାରେ ଦୁଇପଦ ଶୁଣାଇଥିିଲେ।

By amfnews

Related Post