Sat. Mar 7th, 2026

ଚରିତ୍ରକୁ ସନ୍ଦେହ କରି ମଦୁଆ ସ୍ୱାମୀ ସ୍ତ୍ରୀକୁ ଜିଅନ୍ତା ଜାଳିିଦେଲା

262 Views

Aug 6, 2018

ହାଇଦ୍ରାବାଦ: ଗତକାଲି ଜଣେ ମଦୁଆ ସ୍ୱାମୀ ନିଜ ୨୮ ବର୍ଷୀୟ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ଘର ଭିତରେ ବନ୍ଦ କରି ନିଆଁ ଲଗାଇ ଜିଅନ୍ତା ଜାଳି ଦେଇଛି। ଏ ନେଇ ମୃତ ମହିଳାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ୱାମୀ ବାଲୁଙ୍କର ଅନ୍ୟଜଣେ ମହିଳାଙ୍କ ସହିତ ପରକୀୟ ପ୍ରୀତି ଥିବାରୁ ବାଲୁ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ତେଲେଙ୍ଗାନା ର ଓ୍ଵାରାଙ୍ଗଲ ଜିଲ୍ଲାର ପର୍ବତଗିରି ବ୍ଲକ୍‌ରେ ରହୁଥିବା ବାଲୁଙ୍କର ୫ ବର୍ଷ ତଳେ ପରୀ(ଛଦ୍ମନାମ) ଙ୍କ ସହିତ ବିବାହ ହୋଇଥଲା ।ତେବେ ବାଲୁ ଅଧିକାଂଶ ସମୟରେ ମଦ ପିଇବା ସହିତ ତାଙ୍କ ପତ୍ନୀ ପରୀଙ୍କ ଚରିତ୍ରକୁ ସନ୍ଦେହ କରି ମାରପିଟ କରନ୍ତି ।ଅପରପକ୍ଷେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଥିବାରୁ ବାଲୁ ତାଙ୍କୁ ହତାଦର କରୁଛନ୍ତିି ବୋଲି ପରୀ ମଧ୍ୟ ଅଭିଯୋଗ କରୁଥଲେ। ତେବେ ଗତ ଶନିବାର ରାତିରେ ପରୀ ଘର ଭିତରେ ଥିବା ବେଳେ ବାଲୁ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା।

ଗୁରୁତର ଅବସ୍ଥାରେ ପରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥଇଲା। ସେଠାର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ମୃତ ପରୀଙ୍କ ମା ଥାନାରେ ଅଭିଯୋଗ କରିବା ପରେ ପୁଲିସ ବାଲୁଙ୍କୁ ଅଟକ ରଖି ପଚରା ଉଚରା କରୁଛି।

By amfnews

Related Post