Sun. Mar 8th, 2026

ଚରିତ୍ର ସନ୍ଦେହରେ ପତ୍ନୀକୁ ପିଟିପିଟି ହତ୍ୟା

154 Views

ବୈରୀ, ଜାନୁୟାରୀ ୦୭   : ବୈରୀ ଥାନା ଅନ୍ତର୍ଗତ ବୈରୀ ପଞ୍ଚାୟତ ବଗଉ ମୁଣ୍ଢା ସାହିରେ ଚରିତ୍ରକୁ ସନ୍ଦେହ କରି ଜଣେ ଆଦିବାସୀ ଯୁବକ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି। ଗତ ୧ ତାରିଖ ଦିନ ମୁଣ୍ଢା ସାହିର ରାମ ସଏଙ୍କ ପୁଅ ବମ୍ବେଇ(୩୪) ତାର ସ୍ତ୍ରୀ ଜାମ୍ବି(୩୦)ଙ୍କ ଚରିତ୍ରକୁ ସନ୍ଦେହ କରି ନିର୍ଘାତ ପିଟିଥିଲା। ଗୁରୁତର ଅବସ୍ଥାରେ ଜାମ୍ବି ୩ ଦିନ ଧରି ଘରେ ପଡ଼ିରହିଥିଲେ।

ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତା ଜାମ୍ବିଙ୍କ ଭାଇ କଳିଙ୍ଗନଗର ଥାନା ଅନ୍ତର୍ଗତ ସରଙ୍ଗିଆ ଗ୍ରାମର ଜଳଧର ମୁଣ୍ତା ଏନେଇ ବୈରୀ ଥାନାରେ ଅଭିଯୋଗ କରିଛନ୍ତି। ବୈରୀ ଥାନାଧିକାରୀ ନିରଞ୍ଜନ ଶବର ଥାନା କେସ୍‌ ନମ୍ବର ୧/୧୯ ରେ ମାମଲା ରୁଜୁ କରିଛନ୍ତି। ଦର୍ପଣ ଅତିରିକ୍ତ ତହସିଲଦାର ରତ୍ନାକର ନାୟକଙ୍କ ଉପସ୍ଥିତିରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ମହିଳାଙ୍କ ବେକ, ପିଠି, କାନ୍ଧ, ଜଂଘ ଓ ଯୌନାଙ୍ଗରେ କ୍ଷତ ସୃଷ୍ଟି ହୋଇଥିବା ପୁଲିସ୍ କହିଛି। ଏଏସ୍ଆଇ ଅମୀୟ ବେହେରା, ରାଇଟର୍ ବ୍ରହ୍ମାନନ୍ଦ ସ୍ବାଇଁ ଓ ସୋମନାଥ ପଲ୍ଲେଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଛି।

By amfnews

Related Post