Tue. Dec 24th, 2024

ଚମୋଲୀ ବିପର୍ଯ୍ୟୟ: ଉଦ୍ଧାର କାର୍ଯ୍ୟ ପାଇଁ ନିଜର ମ୍ୟାଚ୍ ଫି’ ଦେବେ କ୍ରିକେଟର ଋଷଭ ପନ୍ତ

By amfnews Feb 8, 2021 #Featured
228 Views

ନୂଆଦିଲ୍ଲୀ, ଫେବୃଆରୀ ୦୮ : ଉତ୍ତରାଖଣ୍ଡର ଚମୋଲୀରେ ଗ୍ଲାସିୟର ଫାଟିବା ଘଟଣା ନେଇ ଭାରତୀୟ କ୍ରିକେଟ ଟିମର ଯୁବ ଖେଳାଳି ଋଷଭ ପନ୍ତ ଆହତ ଅନୁଭବ କରିଛନ୍ତି । ନିଜର ଗୃହ ରାଜ୍ୟରେ ହୋଇଥିବା ଘଟଣାକୁ ନେଇ ପନ୍ତ ବଡ଼ ଘୋଷଣା କରିଛନ୍ତି । ପନ୍ତ ଟୁଇଟରରେ ଲେଖିଛନ୍ତି ଯେ, ଉତ୍ତରାଖଣ୍ଡରେ ଲୋକଙ୍କ ମୃତ୍ୟୁ ନେଇ ଗଭୀର ଆଘାତ ପାଇଛି । ମୁଁ ମୋର ମ୍ୟାଚର ଫି’ ଉଦ୍ଧାର କାର୍ଯ୍ୟରେ ଦେବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ ଅନ୍ୟମାନେ ମଧ୍ୟ ଏହି ସହାୟତା କାର୍ଯ୍ୟରେ ନିଜକୁ ଯୋଡନ୍ତୁ ବୋଲି ପନ୍ତ ଅପିଲ କରିଛନ୍ତି । 

ଟିମ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । ଏଠାରେ ସେ ପ୍ରଥମ ପାଳିରେ ଭଲ ପ୍ରଦର୍ଶନ କରିଛନ୍ତି । ପନ୍ତ ୮୮ଟି ବଲ ଖେଳି ୯୧ ରନ କରିଛନ୍ତି । ଏଥିରେ ୫ଟି ଚୌକା ମଧ୍ୟ ସାମିଲ ଅଛି । ସୂଚନାଯୋଗ୍ୟ, ପନ୍ତ ହରିଦ୍ୱାରରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଉତ୍ତରାଖଣ୍ଡ ନିବାସୀ ଅଟନ୍ତି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ରବିବାର ପୂର୍ବାହ୍ନ ୧୦ଟାରେ ଯୋଶୀମଠରେ ତପୋବନ ନିକଟରରେ ଗ୍ଲାସିୟର ଭାଙ୍ଗିଯାଇଥିଲା । ଏହା ପରେ ଅଳକାନନ୍ଦା ନଦୀ ଓ ଧଉଳି ଗଙ୍ଗା ନଦୀରେ ହିମସ୍ଖଳନ ବଢ଼ିବାରେ ଲାଗିଥିଲା । ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଯାଇଥିଲା । ନଦୀ ପାଣି ପ୍ରବାହିତ ହେବା ପରେ ବ୍ୟାପକ କ୍ଷତି ହୋଇଥିଲା ଚମୋଲୀ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ମୃତକଙ୍କ ସଂପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦିଆଯିବ । ଆହତମାନେ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପାଇବେ । ସେହିପରି ଉତ୍ତରା ଖଣ୍ଡ ସରକାର ମଧ୍ୟ ଘୋଷଣା କରିଛନ୍ତି ଯେ, ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବେ । 

By amfnews

Related Post