Thu. Jan 23rd, 2025

ଚମୋଲୀ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି, ୪ର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରୀ

By amfnews Feb 10, 2021 #Featured
243 Views

ଡେରାଡୁନ, ଫେବୃଆରୀ ୧୦ : ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ରବିବାର ପୂର୍ବାହ୍ନରେ ଗ୍ଲାସିୟର ଭାଙ୍ଗିବା ଘଟଣାରେ ମୃତକଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଏସ୍‌ଡିଆରଏଫ୍‌, ଏନଡିଆରଏଫ ଓ ଆଇଟିବିପିର ଯବାନମାନେ ବୁଧବାର ୪ର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେବି ୧୯୭ ଜଣ ଲୋକ ନିଖୋଜ ଥିବା କୁହାଯାଉଛି । ତପୋବନସ୍ଥିତ ଏନଟିପିସିର ପାୱାର ପ୍ରକଳ୍ପରେ ବ୍ୟାପକ କ୍ଷତି ହୋଇଛି । ଚମୋଲୀରେ ଏନଟିପିସିର ୪୮୦ ମେଗାୱାଟ ବିଦ୍ୟୁତ ପ୍ରକଳ୍ପ ରହିଛି । ସେହିପରି ଋଷିଗଂଗାରେ ୧୩.୨ ମେଗାୱାଟର ପ୍ରକଳ୍ପକୁ କ୍ଷତି ପହଂଚିଛି । 

ଏହି ଘଟଣା ପରେ ୬୦୦ରୁ ଅଧିକ ସେନା, ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଯବାନମାନେ ବନ୍ୟାରେ ପ୍ରଭାବିତ ଓ ବିଚ୍ଛିନ୍ନ ହୋଇଥିବା ଗାଁରେ ଖାଦ୍ୟ, ଔଷଧ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ପହଂଚାଉଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଦ୍ରିବେନ୍ଦ୍ର ସିଂହ ରାଓତ ଆଇଟିବିପି ଯବାନଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି । 

ଭାରତୀୟ ନୌସେନାର ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିରହିଛନ୍ତି । ଏନଟିପିସିର ତପୋବନ-ବିଷ୍ଣୁଗଡ଼ ପ୍ରକଳ୍ପର ୨.୫ କିଲୋମିଟର ଲମ୍ବ ସୁଡ଼ଙ୍ଗରେ ୨୫ରୁ ୩୫ ଜଣ ଫସିରହିଛନ୍ତି । ଏହି ଲୋକମାନଙ୍କୁ ସୁଡଙ୍ଗରୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପଟରେ ସୁଡ଼ଙ୍ଗରେ ଜଳସ୍ତର ବଢ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି । ଜଣେ ଅଧିକାରୀଙ୍କ କହିବା ଅନୁସାରେ ସ୍ୱତନ୍ତ୍ର ମେସିନ ଜରିଆରେ ସୁଡ଼ଙ୍ଗରେ ଫସିଥିବା ଲୋକଙ୍କ ସହିତ ସଂପର୍କ କରାଯିବାକୁ ଉଦ୍ୟମ କରାଯାଉଛି ।  

By amfnews

Related Post