Tue. Mar 10th, 2026

ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରକୁ ଆଜି ଭେଟିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

168 Views

ମୁଜଫରପୁର : ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଜଫରପୁର ଗସ୍ତରେ ଯିବେ। ସେ ସନ୍ଦିଗ୍ଧ ଆକ୍ୟୁଟ୍‌ ଇନ୍‌ସେ ଫଲାଇଟିସ୍‌ ସିଣ୍ଡ୍ରୋମ୍‌(ଏଇଏସ୍‌)ଅର୍ଥାତ୍‌ ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରକୁ ଭେଟିବେ। ତା’ଛଡ଼ା ସେ ହସ୍ପିଟାଲର ପରିଦର୍ଶନ କରି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବେ।

ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକର ଆୟୋଜନ କରି ସ୍ଥିତିର ସମୀକ୍ଷା କରିଥିଲେ। ଏହାପରେ ନୀତିଶ ଘୋଷଣା କରିଥିଲେ ଯେ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।ଏହାପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ ବି ମୁଜଫରପୁର ଗସ୍ତରେ ଆସି ସ୍ଥିତିର ସମୀକ୍ଷା କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ସନ୍ଦିଗ୍ଧ ଆକ୍ୟୁଟ୍‌ ଇନ୍‌ସେ ଫଲାଇଟିସ୍‌ ସିଣ୍ଡ୍ରୋମ୍‌(ଏଇଏସ୍‌)ଅର୍ଥାତ୍‌ ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ୧୦୪ରେ ପହଞ୍ଚିଲାଣି। ମୁଜଫରପୁର ଦିଲ୍ଲୀର ଶ୍ରୀକୃଷ୍ଣା ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ ଏବଂ କେଜରିଓ୍ଵାଲ୍‌ ମାତୃସଦନ(କେ ଏମଏସ)ରେ ଶିଶୁଙ୍କର ମୃତ୍ୟୁ ହୋଇଥିଲା।ଚଳିତ ବର୍ଷ ଜାନୁଆରିରେ ମୋଟ୍‌ ୧୭୯ ସନ୍ଦିଗ୍ଧ ଏଇଏସ୍‌ ମାମଲା ସାମ୍ନାକୁ ଆସିଥିଲା।

ଏ ସଂପର୍କରେ ବିଶେଷ ତଦନ୍ତ କରାଯିବା ପରେ ଜଣାଗଲା ଯେ ଅଧିକାଂଶ ଶିଶୁଙ୍କର ମୃତ୍ୟୁ ହାଇପୋଗ୍ଲାଇସିମିୟା(ହଠାତ୍‌ ଶରୀରରେ ସୁଗାରର ମାତ୍ରା କମିଯିବା)କାରଣରୁ ହୋଇଛି। ତା’ପୂର୍ବରୁ କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଥିଲେ ଯେ ମୁଜଫରପୁର ଆଖପାଖରେ ଲିଚୁ ଗଛରେ ଫଳୁଥିବା ଲିଚୁରେ ବିଷାକ୍ତତତ୍ତ୍ୱ ରହିଛି। ଏହାକୁ ଖାଇବା ଯୋଗୁଁ ଶିଶୁମାନେ ଅସୁସ୍ଥ ହୋଇ ମୃତ୍ୟୁବରଣ କରୁଛନ୍ତି।

By amfnews

Related Post