Sat. Mar 7th, 2026

ଚନ୍ଦ୍ରିକା. ଅନ୍ ଲାଇନ ଲୋକାର୍ପିତ

246 Views

ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଘଟିକା ସମୟରେ ଚନ୍ଦ୍ରିକା.ଅନ୍ ଲାଇନ ଲୋକାର୍ପିତ ହୋଇଯାଇଛି । ଅବସରପ୍ରାପ୍ତ ଜଷ୍ଟିସ୍ ଏ.ଏସ୍. ନାଇଡୁ, କବି ରାଜେନ୍ଦ୍ର କିଶୋର ପଣ୍ଡା, କବି ତଥା ଗୀତିକାର ଦେବଦାସ ଛୋଟରାୟ ପ୍ରମୁଖ ଏହି ୱେବ୍ ସାଇଟର  ଲୋକାର୍ପଣ କରିଥିଲେ । ୬୦ଦଶକରେ ପ୍ରକାଶିତ ହୋଇ ପ୍ରଚୁର ଲୋକପ୍ରିୟତା ପାଇଥିବା ଓଡ଼ିଆ ପତ୍ରିକା ‘ଚନ୍ଦ୍ରିକା’ର ଏହା ହେଉଛି ଇ-ସଂସ୍କରଣ । ସାମ୍ପ୍ରତିକ ସମୟରେ ଇଣ୍ଟରନେଟର୍ ବହୁଳ ପ୍ରଚାର ପ୍ରସାର ତଥା ସବୁ ସମୟରେ ତଥା ସମସ୍ତଙ୍କ ପାଖରେ ସହଜଲବ୍ଧ ହେଉଥିବାରୁ ଏହି ପତ୍ରିକାଟିର ଇ ସଂସ୍କରଣ କରିବା ପାଇଁ ଯୋଜନା କରାଯାଇଥିଲା ।

କଳା, ସଂସ୍କୃତି, ସାହିତ୍ୟ ତଥା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଚନ୍ଦ୍ରିକା.ଅନ୍ଲାଇନ୍ ଯେ ଏକ ନୂତନ ବାର୍ତ୍ତାବହ ସାଜିବ, ଏଥିରେ ସନ୍ଦେହ ନାହିଁ । ଚନ୍ଦ୍ରିକା. ଅନ୍ ଲାଇନ ଶୁଭ ଉଦ୍ଘାଟନ ଉତ୍ସବରେ ଏହାର ମୁଖ୍ୟ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ସମ୍ପାଦକ କେଦାର ମିଶ୍ର, ପରିଚାଳନା ସମ୍ପାଦକ ନୃସିଂହ ରାଉତ, ବିୟତ୍ ପ୍ରଜ୍ଞା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୁଖ୍ୟ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ ପତ୍ରିକା ଚନ୍ଦ୍ରିକାର ଅଭ୍ୟୁତ୍ଥାନ ଓ ଚନ୍ଦ୍ରିକା. ଅନ୍ ଲାଇନ ସମ୍ପର୍କରେ ନିଜର ମତାମତ ରଖିଥିଲେ ।

ଶୀତୁଆ ସନ୍ଧ୍ୟାରେ ଅନେକ ଲେଖକ ତଥା କବିଙ୍କ ଗହଣରେ ଏହି ଇ ପତ୍ରିକାର ଶୁଭ ଲୋକାର୍ପଣ ବେଶ୍ ସରଗରମ୍ ରହିଥିଲା । ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଶ୍ୱରଂଜନ, ଅସିତ୍ ମହାନ୍ତି, ପ୍ରଫେସର ଜ୍ୟୋତି ନନ୍ଦ, ଡ. ଅର୍ଚ୍ଚନା ନାୟକ, ଡ. ସଂଘମିତ୍ରା ମିଶ୍ର, ଦୁର୍ଗା ମାଧବ ମିଶ୍ର, ରବି କୁମାର ସ୍ୱାଇଁ, ନଗେନ୍ଦ୍ର ମୋହନ ମହାନ୍ତି, ଅବସର ବେଉରିଆ, ପି.ସି. ଧୀର୍, ତାରା ଭୂଷଣ ନନ୍ଦ, ସନ୍ଦୀପ ମିଶ୍ର, ବିମଳ କୃଷ୍ଣ ସୁନ୍ଦରରାୟ, ଅନିଲ୍ ପ୍ରସାଦ ମିଶ୍ର, ଇଂ ଜ୍ୟୋତି, ନବ କିଶୋର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

By amfnews

Related Post