Sat. Mar 7th, 2026

ଚନ୍ଦ୍ରଶେଖରପୁର: କାନନବିହାର ଫେଜ୍‌-୧ରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକାର ଦାସଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ କୋଲକାତା ଯାଉଥିବା ଧଉଳି ଏକ୍ସପ୍ରେସ୍‌ରେ ଫେରାର ହେବାକୁ ଯୋଜନା କରୁଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ଶ୍ରୀ ଦାସଙ୍କ ସାନ ପୁଅର ଏକ ଦାମୀ ମୋବାଇଲ୍ ଫୋନ୍ ପୁଲିସ୍ ଜବତ କରିଛି। ତେବେ ସେମାନଙ୍କ ଅନ୍ୟ ସହଯୋଗୀ ଭୁବନେଶ୍ବର ଛାଡ଼ି ଦେଇଥିବା ପୁଲିସ କହିଛି। ସମସ୍ତେ ଡକାୟତି ଘଟଣାରେ ସାମିଲ ଅଛନ୍ତି କି ନାହିଁ ସିସିଟିଭି ଫୁଟେଜ୍ ସହିତ ସେମାନଙ୍କ ଚେହେରକୁ ମେଳ କରାଯାଇଥିଲା। ଏଥିରୁ ସେମାନେ ଡକାୟତି ଘଟଣାରେ ସାମିଲ ଥିବା ସ୍ପଷ୍ଟ ହୋଇଛି ବୋଲି ପୁଲିସ କହିଛି। ସୂଚନା ଅନୁଯାୟୀ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବରଂଜନ ନାୟକ ଓ ତାଙ୍କ ଟିମ୍ ମଧ୍ୟାହ୍ନରେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପହଞ୍ଚି ଧଉଳି ଏକ୍ସପ୍ରେସ୍ ଭିତରୁ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଅଣାଯାଇ ଅନ୍ୟ ସହଯୋଗୀଙ୍କ ବିଷୟରେ ଜେରା କରାଯିବ ବୋଲି ପୁଲିସ କହିଛି।

332 Views

ପୁଣେ: କଥାବାର୍ତ୍ତା ନ କରି ମୋବାଇଲ୍‌ ଫୋନ୍‌ରେ ‘ପାକିସ୍ତାନୀ ଡ୍ରାମା’ ନାମକ ଗୋଟାଏ ‘ସୋ’ ଦେଖିବା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ପତ୍ନୀଙ୍କୁ ଜଣେ ୪୦ ବର୍ଷିୟ ବ୍ୟକ୍ତି ଚାପଡ଼ରେ ଆକ୍ରମଣ କରିଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।

ଅଭିଯୁକ୍ତ ଅସିଫ୍‌ ସତ୍ତାର୍‌ ନାୟବ ହୋର୍ଡିଙ୍ଗ୍‌ ଲଗା କାମ କରନ୍ତି ଓ ସପରିବାର ସାଲିସ୍‌ବରି ପାର୍କ ଅଞ୍ଚଳରେ ରହନ୍ତି।

ପତ୍ନୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ନାୟବଙ୍କୁ ସ୍ୱାର୍‌ଗେଟ୍‌ ଥାନା ପୁଲିସ ଗିରଫ କରିଛି। ସୋମବାର ସନ୍ଧ୍ୟାରେ ପତ୍ନୀ ତାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ।

ପୁଲିସ କହିବା ଅନୁସାରେ, ସୋମବାର ସକାଳେ ପତିପତ୍ନୀ କଜିଆ ଲାଗିଥିଲେ।

ତାଙ୍କ ପାଟି ଶୁଣି ଅସିଫ୍‌ ବାରଣ କରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ବୋଲି ସ୍ୱାର୍‌ଗେଟ୍‌ ଥାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଅଭିଯୋଗରେ ମହିଳାଜଣକ ଦର୍ଶାଇଛନ୍ତି ଯେ ନାୟବ ସନ୍ଧ୍ୟାବେଳେ ଘରକୁ ଫେରିବା ପରେ ସେ କଥା ନ କହିବାରୁ ଝଗଡ଼ା ଉଗ୍ର ହୋଇଥିଲା।
ଅସିଫ୍‌ କାମରୁ ଫେରିବା ପରେ ତାଙ୍କ ପତ୍ନୀ ଶୋଇବାଘରକୁ ଯାଇଥିଲେ। କଥା କହିବାକୁ ଅସିଫ୍‌ ଶୋଇବାଘରକୁ ଯିବାରୁ ସେ ତାଙ୍କ ମୋବାଇଲ୍‌ ଫୋନ୍‌ରେ ‘ପାକିସ୍ତାନୀ ଡ୍ରାମା’ ନାମକ ସିରିଏଲ୍‌ ଦେଖୁଥିଲେ।

ଅସଫ୍‌ଙ୍କର ମନେହେଲା ସେ ତାଙ୍କ ପ୍ରତି ଧ୍ୟାନ ନ ଦେଇ ମୋବାଇଲ୍‌ ଫୋନ୍‌ରେ ଚାଲିଥିବା ସୋ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅସିଫ୍‌ ଗୋଟାଏ ଚାପଡ଼ ଧରି ଆକ୍ରମଣ କରିବାରୁ ପତ୍ନୀଙ୍କ ଡାହଣ ହାତର ବୁଢ଼ା ଆଙ୍ଗୁଠି ଭାଙ୍ଗି ଯାଇଛି।

By amfnews

Related Post