Fri. Jan 10th, 2025

ଚନ୍ଦ୍ରପୃଷ୍ଠରେ ମିଳିଲା ‘ବିକ୍ରମ’ର ଭଗ୍ନାବଶେଷ; ନାସା ଜାରି କଲା ଫଟୋ

By amfnews Dec 3, 2019 #Featured
106 Views

ନୂଆଦିଲ୍ଲୀ: ସେପ୍ଟେମ୍ବର ୭ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ‘ବିକ୍ରମ’କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ସଫଳ ହୋଇ ପାରି ନଥିଲ। ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍‌ ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

NASA

@NASA

The Vikram lander has been found by our @NASAMoon mission, the Lunar Reconnaissance Orbiter. See the first mosaic of the impact site https://go.nasa.gov/33Dl5Fr 

View image on Twitter
ତେବେ ଗତକାଲି (ସୋମବାର) ନାସା ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ଇମ୍ପା ସାଇଟ ଫଟୋ ଟୁଇଟ କରି ଜାରି କରିଛି। ନାସାର ଲୁନାର ରେକନାଇଜେସନ୍‌ ଅର୍ବିଟର (ଏଲ୍‌ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍‌ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ଚନ୍ଦ୍ରପୃଷ୍ଠର ଅନେକ ସ୍ଥାନରେ ବିକ୍ରିମର ଧ୍ୱଂସାବଶେଷ ପଡ଼ି ରହିଥିବା ବେଳେ କ୍ରାସ୍‌ ସାଇଟ୍‌ର ୭୫୦ ମିଟର ଦୂରରେ ‘ବିକ୍ରମ’ର ଏକ ଭଗ୍ନାବଶେଷ ପଡି ରହିଥିବା ସୂଚନା ମିଳିଛି।

ତେବେ କୁହାଯାଉଥିଲା ବିକ୍ରମର ସୂକ୍ଷ୍ମ ଅବତରଣ ସଫଳ ହୋଇଥିଲେ ଭାରତ ଏ କ୍ଷେତ୍ରରେ ଆମେରିକା, ରୁଷ୍‌ ଏବଂ ଚୀନ୍‌କୁ ପଛରେ ପକାଇଥାନ୍ତା। ଜୁଲାଇ ୨୨ ତାରିଖ ଦିନ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ହୋଇଥିଲା ଏବଂ ସେପ୍ଟେମ୍ବର ୭ରେ ଏହାର ଲ୍ୟାଣ୍ଡର୍‌ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରି ଚନ୍ଦ୍ର ଅଭିଯାନକୁ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇଥାନ୍ତା। ପୂର୍ବରୁ କୌଣସି ରାଷ୍ଟ୍ରର ଚନ୍ଦ୍ର ଅଭିଯାନ ଏହି ପାର୍ଶ୍ଵକୁ ଛୁଇଁ ପାରିନାହିଁ।

ତେଣୁ ପ୍ରଥମ ଅବତରଣ ଅଭିଯାନରେ ଭାରତ ଏକ ବିରଳ ସଫଳତା ହାସଲ କରିଥାଆନ୍ତା ବୋଲି ନାସାର ବୈଜ୍ଞାନିକମାନେ ଆଶା ପ୍ରକାଶ କରିଥିଲେ। ଭାରତର ଚନ୍ଦ୍ରଯାନ-୧ ମିସନରୁ ଦକ୍ଷିଣ ମେରୁରେ ଜଳର ସନ୍ଧାନ ମିଳିଥିଲା।

By amfnews

Related Post