184 Views
ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ସମୁଦାୟ ୯୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିବା କଥା ନେସ୍ନାଲ୍ ଇଲେକ୍ସନ୍ ଓ୍ଵାଚ୍ ଆଣ୍ଡ୍ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଅନୁଶୀଳନରୁ ଜଣାପଡ଼ିଛି।
ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଦାଖଲ କରିଥିବା ୯୪୩ ଟି ସତ୍ୟପାଠରୁ ଏଡିଆର୍ ୯୨୮ଟିକୁ ଅନୁଶୀଳନ କରିଥିଲା। ସମ୍ପୂର୍ଣ୍ଣ ତଥ୍ୟ ନ ଥିବାରୁ ୧୫ ଜଣ ପ୍ରାର୍ଥୀଙ୍କର ସତ୍ୟପାଠ ଅନୁଶୀଳନ ହୋଇ ପାରି ନାହିଁ।
ଏହିସବୁ ଅପରାଧିକ ମାମଲା ଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି: ବିଜେପିର ୫୭ଜଣଙ୍କ ମଧ୍ୟରୁ ୨୫ ଜଣ ବା ୪୪%, ବିଏସ୍ପିର ୫୪ ଜଣଙ୍କ ମଧ୍ୟରୁ ୧୮ ବା ୩୨%, ଏସ୍ଏଚ୍ଏସର ୨୧ ଜଣଙ୍କ ମଧ୍ୟରୁ ୧୨ ଜଣ ବା ୫୭% ଏବଂ ୩୪୫ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୬୦ ଜଣ ବା ୧୬%।