Fri. Dec 27th, 2024

ଚତୁର ଚୀନ: ସୀମାରେ ଭାରତୀୟ ସେନା ଲାଗି ଲାଉଡସ୍ପିକର ଲଗାଇ ବଜାଉଛି ପଂଜାବୀ ଗୀତ!

By amfnews Sep 17, 2020 #Featured
159 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ : ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ବିଗତ କିଛି ମାସ ହେବ ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ଚୀନ ଏଲଏସିରେ ଫିଙ୍ଗର-୪ ଅଂଚଳରେ ଲାଉଡସ୍ପିକଣ ଲଗାଇ ପଂଜାବୀ ଗୀତ ବଜାଉଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । କୁହାଯାଉଛି ଯେ, ଚୀନର ଏହା ଏକ ଭିନ୍ନ ଚକ୍ରାନ୍ତ । ଲାଉଡସ୍ପିପକ ମାଧ୍ୟମରେ ଗୀତ ବଜାରଇ ଭାରତୀୟ ସୈନିକଙ୍କ ମତି ଭ୍ରମ କରିବାକୁ ଚାହୁଁଛି ।

ଜାତୀୟ ଗଣମାଧ୍ୟମ ସଂସ୍ଥାର ଏକ ରିପୋର୍ଟ ଅନୁସାରେ ଫିଙ୍ଗର-୪ ଅଂଚଳରେ ଚୀର ସେନା ଲାଉଡସ୍ପିକର ଲଗାଇଛି । ସୂତ୍ର ଅନୁସାରେ ଚୀନ ସେନା ଲାଉଡସ୍ପିକର ଲଗାଇ ଥଟ୍ଟାମଜା କରିବା ପଛରେ କିଛି ଉଦ୍ଦେଶ୍ୟ ରହିଛି । ଏହି ଅଂଚଳରେ ଭାରତୀୟ ସେନା ଲଗାତାର ନଜର ରଖିଛି । କାରଣ ଭାରତୀୟ ସେନା ଉପରେ ଚାପ ପ୍ରୟୋଗ କରିବାକୁ ଚୀନ ସବୁବେଳେ ଉଦ୍ୟମ କରୁଛି ।

ସୂଚନାଯୋଗ୍ୟ, ଫିଙ୍ଗର-୪ ଅଂଚଳରେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କିଛି ଦିନ ପୂର୍ବରୁ ସେପ୍ଟେମ୍ବର ୮ତାରିଖରେ ଉଭୟ ଦେଶର ସେନା ମଧ୍ୟରେ ଏଠାରେ ଗୁଳିବିନିମୟ ହୋଇଥିଲା । ଉଭୟ ପକ୍ଷରୁ ପ୍ରାୟ ୧୦୦ରୁ ଅଧିକ ଥର ବନ୍ଧୁକରୁ ଗୁଳି ବାହାରିଥିଲା । ବିଗତ ୨୦ ଦିନ ମଧ୍ୟରେ ଅତିକମରେ ୨୦ ଥର ଗୁଳିକାଣ୍ଡ ଘଟଣା ହୋଇଥିବା ଜଣାଯାଇଛି ।

By amfnews

Related Post