Wed. Jan 1st, 2025

ଘୋଷଣା ହେଲା ଆଇସିସି ଟି-୨୦ ବିଶ୍ଵକପର କାର୍ଯ୍ୟସୂଚୀ, ଜାଣନ୍ତୁ କେଉଁ ଦିନ କାହା ସହ ଭାରତର ମୁକାବିଲା

By amfnews Jan 29, 2019 #Featured
235 Views

ନୂଆଦିଲ୍ଲୀ,ଜାନୁଆରୀ୨୯: ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ୨୦୨୦ ଟି-୨୦ ବିଶ୍ଵ କପ(ମହିଳା-ପୁରୁଷ)ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ବିଶ୍ଵ କପର ଆୟୋଜନ ଅଷ୍ଟ୍ରେଲିଆ କରିବ। ଟୂର୍ଣ୍ଣାମେଣ୍ଟର ମ୍ୟାଚ୍ ଅଷ୍ଟ୍ରେଲିଆର ୭ ସହରରେ ଖେଳାଯିବ। ଆଇସିସି ଅନୁସାରେ ପୁରୁଷ ବିଶ୍ଵ କପ ଅକ୍ଟୋବର ୧୮ ରୁ ଏହି ଟୂର୍ଣ୍ଣାମେଣ୍ଟ ଆରମ୍ଭ ହେବ ଏବଂ ନଭେମ୍ବର ୧୫ରେ ମେଲବର୍ଣ୍ଣରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ମହିଳା ଟି-୨୦ ବିଶ୍ଵ କପର ଫାଇନାଲ ମ୍ୟାଚ୍ ମଧ୍ୟ ମେଲବର୍ଣ୍ଣରେ ଖେଳାଯିବ। ମାତ୍ର ମହିଳା ଟି-୨୦ ବିଶ୍ଵ ଫେବୃ଼ଆରୀ ୨୧ରୁ ମାର୍ଚ୍ଚ ୮ ମଧ୍ୟରେ ଖେଳାଯିବ।  ଏହାର ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୮ ବିଶ୍ଵ ମହିଳା ଦିବସରେ ଖେଳାଯିବ। ଏହାର ସାତ ମାସ ପରେ ପୁରୁଷ ଟି-୨୦ ବିଶ୍ଵ କପ ଆୟୋଜିତ ହେବ।  ପ୍ରଥମ ଥର ପୁରୁଷ ଓ ମହିଳା ଟି-୨୦ ବିଶ୍ଵ କପ ଭିନ୍ନ ଭିନ୍ନ ସମୟରେ ଆୟୋଜିତ ହେଉଛି। ଏ ପର୍ଯ୍ୟନ୍ତ ଏହି ଟୂର୍ଣ୍ଣାମେଣ୍ଟ ଏକ ସଙ୍ଗେ ଆୟୋଜିତ ହୋଇ ଆସୁଥିଲା।

ICC

@ICC

The fixtures for the @T20WorldCup 2020 have been announced!

Check who and when your side will be playing in Australia next year! https://cards.twitter.com/cards/2xpgqs/6sg8v 

ICC T20 World Cup 2020 Fixtures Revealed

ଟୂର୍ଣ୍ଣାମେଣ୍ଟ ବିଷୟରେ ଖାସ୍ କଥା

-୭ ସହର

– ୭ ଭେନ୍ୟୁ

– ୧୬ ଦଳ

– ୪୫ ମ୍ୟାଚ୍

– ୨୦୨୦ ଅକ୍ଟୋବର ୧୮ରୁ ଅକ୍ଟୋବର ୧୫

କେଉଁ ଗ୍ରୁପରେ କେଉଁ ଦଳ(ଯୋଗ୍ୟତା ପାଇଥିବା ଦଳ)

ଗ୍ରୁପ-ଏ: ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଓ୍ଵେଷ୍ଟଇଣ୍ଡିଜ

ଗ୍ରୁପ-ବି: ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ

ଭାରତୀୟ ପୁରୁଷ ଦଳର ମୁକାବିଲା

ଅକ୍ଟୋବର ୨୪: ଭାରତ ବନାମ ଦକ୍ଷିଣ ଆଫ୍ରିକା, ପର୍ଥ

ଅକ୍ଟୋବର ୨୯: ଭାରତ ବନାମ କ୍ଵାଲିଫାୟର-୧, ମେଲବର୍ଣ୍ଣ

ନଭେମ୍ଵର ୦୧: ଭାରତ ବନାମ ଇଂଲଣ୍ଡ, ମେଲବର୍ଣ୍ଣ

ନଭେମ୍ଵର ୦୫: ଭାରତ ବନାମ କ୍ଵାଲିଫାୟର-୨, ଆଡିଲେଡ

ନଭେମ୍ଵର ୦୮: ଭାରତ ବନାମ ପାକିସ୍ତାନ, ସିଡନୀ

ଭାରତୀୟ ମହିଳା ଦଳର ମୁକାବିଲା

ଫେବୃଆରୀ ୨୧: ଭାରତ ବନାମ ଅଷ୍ଟ୍ରେଲିଆ, ସ୍ପୋଟଲେସ୍

ଫେବୃଆରୀ ୨୪: ଭାରତ ବନାମ କ୍ଵାଲିଫାୟର-୧,  ଓ୍ଵାକା ଷ୍ଟାଡିୟମ ପର୍ଥ

ଫେବୃଆରୀ ୨୭: ଭାରତ ବନାମ  ନ୍ୟୁଜିଲାଣ୍ଡ, ଜଙ୍କସନ ଓଭାଲ ମେଲବର୍ଣ୍ଣ

ଫେବୃଆରୀ ୨୯: ଭାରତ ବନାମ ଶ୍ରୀଲଙ୍କା, ଜଙ୍କସନ ଓଭାଲ ମେଲବର୍ଣ୍ଣ

By amfnews

Related Post