Sat. Mar 7th, 2026

ଘୂର୍ଣ୍ଣିବାତ୍ୟା ‘ଫନି’ ପୀଡ଼ିତଙ୍କୁ ମଞ୍ଜୁର ହୋଇଛି ୭ ମିଲିୟନ୍‌ରୁ ଊର୍ଦ୍ଧ୍ୱ ହଙ୍ଗ୍‌ କଙ୍ଗ୍‌ ଡଲାର୍‌

237 Views

ହଙ୍ଗ୍‌ କଙ୍ଗ୍‌ : ‘ହଙ୍ଗ୍‌ କଙ୍ଗ୍‌ର ଡିଜାଷ୍ଟର୍‌ ରିଲିଫ୍‌ ଫଣ୍ଡ୍‌’ରୁ ଓଡ଼ିଶାର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ପ୍ରପୀଡ଼ିତଙ୍କ ନିମନ୍ତେ ତିନୋଟି ମଞ୍ଜୁରିରେ ସମୁଦାୟ ୭. ୦୩୨ ମିଲିୟନ୍‌ ହଙ୍ଗ୍‌ କଙ୍ଗ୍‌ ଡଲାର୍‌ (ଟ. ୬, ୧୭, ୬୦, ୯୨୯/-) ଅନୁମୋଦନ କରାଯାଇଥିବା କଥା ‘ସ୍ପେସାଲ୍‌ ଆଡ୍‌ମିନିଷ୍ଟ୍ରାଟିଭ୍‌ ରିଜନ୍‌’ ସରକାର କହିଛନ୍ତି।

ହଙ୍ଗ୍‌ କଙ୍ଗ୍‌ ‘ସ୍ପେସାଲ୍‌ ଆଡ୍‌ମିନିଷ୍ଟ୍ରାଟିଭ୍‌ ରିଜନ୍‌’ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି ଯେ ଓଡ଼ିଶାରେ ୧୫ ମିଲିୟନ୍‌ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବାତ୍ୟା ପ୍ରଭାବିତ କରିଛି। ଏହି ମଞ୍ଜୁରିରେ ସେମାନଙ୍କୁ ହାଇଜିନ୍‌ କିଟ୍‌ସ୍‌, କିଚେନ୍‌ କିଟ୍‌ସ୍‌, ଓ୍ଵାଟର୍‌ କିଟ୍‌ସ୍‌ ଏବଂ ଏଜୁକେସନ୍‌ କିଟ୍‌ ସହ ଘର ଏବଂ ଆଶ୍ରୟସ୍ଥଳ କିଟ୍‌ସ୍‌ ଯୋଗାଇ ଦିଆଯିବ। ଏହାଦ୍ୱାରା ବାତ୍ୟା ପ୍ରଭାବିତ ୪୫, ୧୦୦ ପୀଡ଼ିତ ଉପକୃତ ହେବେ ବୋଲି ଜିନ୍‌ହୁଆ ସମ୍ବାଦ ସରବରାହ ସଂସ୍ଥାନ କହିଛି।

ହୋଇଥିବା ମଞ୍ଜୁରିରେ ସେ ଅର୍ଥ ବ୍ୟବହାର ହୋଇଛି ବୋଲି ନିଶ୍ଚିତ ହେବାକୁ ରିଲିଫ୍‌ ଏଜେନ୍‌ସିମାନଙ୍କୁ ମୂଲ୍ୟାୟନ ରିପୋର୍ଟ ଦାଖଲ କରିବାକୁ କୁହାଯିବ। ରିଲିଫ୍‌ କାର୍ଯ୍ୟ ଶେଷ ହେବା ପରେ ବ୍ୟବହୃତ ଆର୍ଥିକ ମଞ୍ଜୁରି ସଂକ୍ରାନ୍ତ ଆକାଉଣ୍ଟ୍‌ ଯାଞ୍ଚ କରାଯିବ ବୋଲି ମୁଖପାତ୍ରଜଣକ କହିଛନ୍ତି।

By amfnews

Related Post