Sun. Mar 8th, 2026

ଘାଟିରୁ ମିନିଟ୍ରକ୍‌ ଓଲଟିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ, ୧୧ ଛୁଇଁଲା ମୃତ୍ୟୁସଂଖ୍ୟା

280 Views

ଫୁଲବାଣୀ/ଦାରିଙ୍ଗବାଡ଼ି/ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାହ୍ମଣୀ ଗାଁ ଘାଟିରେ ୪୦ ଫୁଟ ତଳକୁ ଏକ ୪୦୭ ମିନିଟ୍ରକ୍‌ ଖସିପଡ଼ିଥିଲା। ଫଳରେ ୧୦ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଓ ୪ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ ଥିଲେ। ଅନ୍ୟ ୩୨ ଜଣ ଆହତ ହୋଇଥିବା ବେଳେ ୫ ଜଣ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ। ଆଜି ୨ବର୍ଷ ଶିଶୁ ଆକବର ବଡ଼ସେଟର ମୃତ୍ୟୁ ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ଚିକିତ୍ସା ଅବହେଳା ଯୋଗୁଁ ପୁଅର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ମା’ ସୁରେଖା ବଡସେଟଙ୍କୁ ମଧ୍ୟ ଚିକିତ୍ସାରେ ଅବହେଳା କରାଯାଉଛି ବାଲି ଅଭିଯୋଗ ହୋଇଛି। ଶିଶୁ ବିଭାଗରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ବେଳେ ସୁରେଖା ସର୍ଜରୀ ୟୁନିଟ ୨ର ବେଡ ନମ୍ବର ୨୭୪ରେ ଚିକିତ୍ସିତ ହେଉଛନ୍ତି।

ତେବେ  ମଦ୍ୟପ ଡ୍ରାଇଭର୍‌ର ବେପରୱା ଗାଡ଼ି ଚାଳନା ଯୋଗୁ ଏହିଭଳି ଏକ ମର୍ମନ୍ତୁଦ ଘଟଣା ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ, ବାଲିଗୁଡ଼ା ସଡ଼କ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଦେବା ସହ ଆହତଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ।

By amfnews

Related Post