Sat. Mar 7th, 2026

ଘରେ କଳା କନା ବୁଲାଇଲେ ଚୋର : ୪ ଲକ୍ଷର ସୁନାଗହଣା ଓ ୮୫ହଜାର ଟଙ୍କା ଚୋରି

269 Views

ଟାଙ୍ଗୀ : ଗାଁ ରେ ଅପେରା ଚାଲିଥିବା ବେଳେ ଅପେରା ଦେଖୀ ଯାଇଥିବା ଏକ ପରିବାରଙ୍କ ଘରୁ ଚୋର କଳାକନା ବୁଲେଇ ଦେଇଛନ୍ତି। ଏଭଳି ଘଟଣା ଘଟିଛି ଟାଙ୍ଗୀ ଥାନା ଅନ୍ତର୍ଗତ କମଙ୍ଗ ଗ୍ରାମରେ । ଏନେଇ ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ମୁତାବକ କମଙ୍ଗ ଗ୍ରାମର କହ୍ନେଇ ଚରଣ ସେଠୀଙ୍କ ପରିବାର ୨୭ ତାରିଖ ରାତି ୧୧ଟା ରେ ଗାଁରେ ପଡିଥିବା ଅପେରା ଦେଖିବା ପାଇଁ ଘର ତାଲା ପକାଇ ଆସିଥିଲେ। ପରିବାରର ପିଲା ମାନଙ୍କୁ ନିଦ ଲାଗିବାରୁ ରାତି ୩ ଟା ରେ ସେମାନେ ଘରକୁ ଫେରି ଆସିଥିଲେ। ଘରର ସମୁଖ କବାଟ ଭିତରପଟୁ ବନ୍ଦ ରହିଥିବା ବେଳେ ପଛ କବାଟ ଖୋଲା ଥିବା ପରିବାର ଲୋକେ ଦେଖିଥିଲେ। ଘର ଭିତରେ ଥିବା କହ୍ନେଇଙ୍କ ଦୁଇ ପୁଅ କମଳାକାନ୍ତ ଓ ଗୋଲଖଙ୍କ ବେଡରୁମ ତାଲା ଭାଙ୍ଗି କବାଟ ଖୋଲା ଥିବା ବେଳେ ଦୁଇଟି ଘରେ ଥିବା ଦୁଇ ଭାଇଙ୍କ ଗଡ଼ରେଜ ଭଙ୍ଗାଯାଇ ଲୁଗାପଟା ବିଛାଡ଼ି ହୋଇପଡିଥିବା ଦେଖିଥିଲେ। ଦୁଇ ଭାଇଙ୍କ ଗଡ଼ରେଜରେ ଥିବା ସମସ୍ତ ସୁନା ରୁପା ଗହଣା ଓ ନଗଦ ଟଙ୍କାକୁ ଚୋର ମାନେ ଚୋରି କରିଥିବା ଜାଣିପାରିଥିଲେ। ଏନେଇ ଆଜି ଟାଙ୍ଗୀ ଥାନାରେ କହ୍ନେଇଙ୍କ ବଡ଼ପୁଅ କମଳାକାନ୍ତ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉଭୟ ଭାଇଙ୍କ ଚୋରି ହୋଇଥିବା ସୁନାଗହଣାର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

By amfnews

Related Post