Sun. Mar 8th, 2026

ଘରୁ ଯାଉଥିଲେ, ହାତୀ ହାବୁଡ଼ରେ ପଡ଼ିଗଲେ

155 Views

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବମ୍ପା ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ  ହେଲେ ସେହି ଗାଁର ଭାସ୍କର ବେହେରା।

ଆଜି ଭୋରରୁ ସେ ଘରୁ ବାହାରି କାମକୁ ଯାଉଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି।

By amfnews

Related Post