Thu. May 22nd, 2025

ଘରୁ ପଳାଉଥିବା ପ୍ରେମିକ-ପ୍ରେମିକାଙ୍କ ଲଗି ‘ଆଶ୍ରୟ ଗୃହ’ ଖୋଲିବ ରାଜସ୍ଥାନ ପୁଲିସ

By amfnews Jan 20, 2019 #Featured
321 Views

ବିକାନେର, ଜାନୁଆରୀ ୨୦ : ପିତାମାତାଙ୍କ ଇଚ୍ଛା ବିରୋଧରେ ବିବାହ କରି ବିବାଦର ସମ୍ମୁଖୀନ ହେଉଥିବା ପ୍ରେମିକ-ପ୍ରେମିକାଙ୍କ ନିମନ୍ତେ ରାଜସ୍ଥାନ ପୁଲିସ ‘ଆଶ୍ରୟ ଗୃହ’ ଖୋଲିବ ବୋଲି ଅତିରିକ୍ତ ପୁଲିସ ଡିଜି ଜଙ୍ଗ ଶ୍ରୀନିବାସ ରାଓ କହିଛନ୍ତି।

ସେମାନଙ୍କ ବିବାହକୁ ବିରୋଧ କରୁଥିବା କାହାରି ଠାରୁ ବିପଦ୍‌ର ଆଶଙ୍କା ଥିଲେ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ପୁଲିସ ଖୁବ୍‌ ଶୀଘ୍ର ଏକ ହେଲ୍‌ପ୍‌ ଲାଇନ୍‌ ମଧ୍ୟ ଆରମ୍ଭ କରାଯିବ। ଅଦାଲତଙ୍କ ଆଦେଶ ଅନୁସାରେ, ହେଲ୍‌ପ୍‌ଲାଇନ୍‌ ଆରମ୍ଭ କରିବା ଲାଗି ସବୁ ଜିଲ୍ଲା ମୁଖ୍ୟଙ୍କୁ ପୁଲିସ ହେଡ୍‌କ୍ୱାଟର୍ସ ନିର୍ଦେଶ ଦେଇଛି।

ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ କାର୍ଯ୍ୟ କରି ଡିଜିପି ରାଓ ଜୀବନ ଭୟ ଓ ବିରୁଧାଚରଣ କରୁଥିବା ପିତାମାତାଙ୍କ ପ୍ରତିଶୋଧରୁ ବର୍ତ୍ତିବାକୁ ଘରୁ ପଳାଉଥିବା ଦମ୍ପତିମାନଙ୍କ ସୁରକ୍ଷା ନିମନ୍ତେ ବିସ୍ତତ ଡ୍ରାଫ୍‌ଟ୍‌ ପ୍ରସ୍ତୁତ କରିଛନ୍ତି।

ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଓ ଥାନାରେ ଦମ୍ପତିମାନଙ୍କୁ ସହାୟତା ଦେବାକୁ ନୋଡାଲ୍‌ ଅଫିସର୍‌ ଭାବେ ସବୁଠୁ ବରିଷ୍ଠ ମହିଳା ପୁଲିସ ଅଧିକାରୀ ନିଯୁକ୍ତି ଦେବାକୁ ଏଡିଜି ରାଓ ସମସ୍ତ ପୁଲିସ ରେଞ୍ଜ୍‌ ଓ ଜିଲ୍ଲାମୁଖ୍ୟଙ୍କୁ ନିର୍ଦେଶ ଦେଇଛନ୍ତି।

By amfnews

Related Post