Sat. Mar 7th, 2026
412 Views

କୋଣାର୍କ  : ପୁରୀ ଜିଲ୍ଲା ଗୋପ ବ୍ଲକର ସୁବର୍ଣ୍ଣପୁରରେ ଆଜି ସକାଳେ ଉମା ସାହୁ ନାମକ ଠିକାଦାରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ବଟି ଆଦାୟକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଉମାଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ସୂଚନା ଯୋଗ୍ୟ ଯେ, ୨ ଦୁର୍ବୃତ୍ତ ସକାଳେ ଏକ ସ୍କୁଟି ଯୋଗରେ ଉମାଙ୍କ ଘରକୁ ଆସିଥିଲେ । ଏହାପରେ କିଛି କାମ ବାହାନାରେ  ଘର ବାହାରକୁ ଡାକି ଆଣି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଉମାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ୨ ଦୁର୍ବୃତ୍ତଙ୍କୁ କାବୁ କରି ନେଇଥିଲେ। ଏହାପରେ ସେମାନଙ୍କୁ ବାନ୍ଧି ନିର୍ଧୂମ ଛେଚିଥିଲେ । ସେମାନେ ଆଣିଥିବା ସ୍କୁଟିକୁ ଗ୍ରାମବାସୀ ପୋଡ଼ି ଦେଇଥିବା ଜଣାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ୨ ଅଭିଯୁକ୍ତଙ୍କୁ ଥାନାକୁ ଆଣିଛନ୍ତି। ଦୁର୍ବୃତ୍ତଦ୍ୱୟ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି ପୁଲିସ୍‌ ଜିମା ଦେଇଥିଲେ ।

By amfnews

Related Post