Mon. Mar 9th, 2026

ଘର ଆଗରେ ଭିଜିଲାନ୍ସ ଟିମ୍‌, ତାଲା ପକାଇ ଛୁ ମାରିଲେ ସହକାରୀ ଯନ୍ତ୍ରୀ

225 Views

ବାରିପଦା : ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ଜାଗାକୁ ଚଢ଼ଉ ନିମନ୍ତେ ଟିମ୍‌ ପଠାଯାଇଛି। ସେଥିମଧ୍ୟରେ ବାରିପଦାସ୍ଥିତ ମୁର୍ଗାବା଼ଡ଼ିରେ ଦୁର୍ଗାମାଧବଙ୍କ ରହୁଥିବା ଭଡ଼ାଘର,  ବାରିପଦାସ୍ଥିତ ତାଙ୍କ ଅଫିସ୍‌, ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ  ଓ ନୟାଗଡ଼ସ୍ଥିତ ପୈତୃକ ଘର ସାମିଲ ଅଛି।

ଭିଜିଲାନ୍ସ ଚଢ଼ଉ ସମ୍ପର୍କରେ ଜାଣିପାରି ଗତରାତିରେ ଦୁର୍ଗାମାଧବ ଭଡ଼ା ଘରେ ତାଲା ପକାଇ କେଉଁଆଡେ ପଳାଇଥିବା ଜଣାପଡ଼ିଛି। ଫଳରେ ଭିଜିଲାନ୍ସ ଟିମ୍‌ ଅଧିକାରୀ ତାଙ୍କ ଘର ଆଗରେ ଜଗି ରହିଛନ୍ତି। ତାଙ୍କ ଉପସ୍ଥିତିରେ ହିଁ ଘର ତାଲା ଭଙ୍ଗାଯିବ ବୋଲି ଜଣାଯାଇଛି।

ଅପରପକ୍ଷେ  ଦିନ ୧୦ଟାରେ କାର୍ଯ୍ୟାଳୟ ଖୋଲିବା ପରେ ବାରିପଦାସ୍ଥିତ ତାଙ୍କ ଅଫିସରେ କାଗଜପତ୍ର ଯାଞ୍ଚ କରାଯିବ। ବାଲେଶ୍ୱର ଭିଜିଲାନ୍ସ ବିଭାଗ ତତ୍ତ୍ୱାବଧାନରେ ଏହି ଚଢ଼ଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ଦୁର୍ଗାମାଧବଙ୍କ ସନ୍ଧାନ ପାଇଲେ ତାଙ୍କୁ ଆଣି ବାରିପଦା ଆସିବେ ବୋଲି ଜଣାଯାଇଛି।

By amfnews

Related Post