Tue. Dec 24th, 2024

ଘନିଷ୍ଠ ହେଉଛି ଭାରତ-ଆମେରିକା ସଂପର୍କ, ୟୁଏସ ନେଭି ଟ୍ୟାଙ୍କରରୁ ଇନ୍ଧନ ଆଣିଲା ଜଳସେନା

By amfnews Sep 15, 2020 #Featured
133 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫ : ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସଂପର୍କ ଦିନକୁ ଦିନ ଆହୁରି ମଜବୁତ ହେବାରେ ଲାଗିଛି । ଭାରତୀୟ ଜଳସେନାର ଏକ ଯୁଦ୍ଧ ଜାହାଜ ୟୁଏସ ଜଳସେନାର ଏକ ଟ୍ୟାଙ୍କରରୁ ଇନ୍ଧନ ଆଣିଛି । ଏହା ଦୃଶ୍ୟ ଆରବ ସାଗରରେ ସୋମବାର ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କ ଆହୁରି ମଜବୁତ ହେବାକୁ ଯାଉଛି । ଉଭୟ ଦେଶ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ବୁଝାମଣା ଅନୁସାରେ ଜଣେ ଅନ୍ୟର ହାତ ଉପରେ ହାତ ରଖି କାମ କରିବେ । ଜଣେ ଅନ୍ୟର ଜିନିଷ ମଧ୍ୟ ବ୍ୟବହାର କରିବେ । ଏହି ଆଧାରରେ ସୋମବାର ଭାରତୀୟ ଯୁଦ୍ଧ ଜାହାଜ ଉତ୍ତର ଆରବରେ ଆମେରିକୀୟ ନେଭି ଟ୍ୟାଙ୍କରର ୟୁଏସଏନଏ ୟୁକୋନରୁ ଇନ୍ଧନ ଆଣି ନିଜର ଜାହାଜରେ ଭର୍ତ୍ତି କରିଛି ।

ଭାରତୀୟ ଜଳସେନାର ମୁଖପାତ୍ର କହିଛନ୍ତି, ଉତ୍ତର ଆରବ ସାଗରରେ ମିଶନ ଲାଗି ମୁତୟନ ଆଇଏନଏସ ତଲୱାର ଲଜିଷ୍ଟିକ୍ସ ଏକ୍ସଚେଞ୍ଜ ମେମୋରେଣ୍ଡମ ଅଫ ଏଗ୍ରୀମେଣ୍ଟ ଭାବେ ଆମେରିକୀୟ ନେଭିର ଟ୍ୟାଙ୍କର ୟୁଏସଏନଏ ୟୁକୋନରୁ ଇନ୍ଧନ ନେଇଛି । ବର୍ଷ ୨୦୧୬ରେ ଭାରତ ଓ ଆମେରିକା ଲଜିଷ୍ଟିକ୍ସ ଏକ୍ସଚେଞ୍ଜ ମେମୋରେଣ୍ଡମ ଉପହରେ ଦସ୍ତଖତ କରିଥିଲେ । ଏହାରି ବଳରେ ଜଣେ ଅନ୍ୟକୁ ମରାମତି ଏବଂ ସେବା ସହିତ ଜଡ଼ିତ ଆବଶ୍ୟକ ସହଯୋଗ କରିବେ । ଭାରତ ଫ୍ରାନ୍ସ, ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ଜାପାନ ସହିତ ଏହି କାମ କରିଛି ।

By amfnews

Related Post