ଗ୍ରେଟର ନୋଏଡା, ଅଗଷ୍ଟ ୨୭ : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଜଣେ ୧୧ ବର୍ଷୀୟା ନାବାଳିକା ସହିତ ଗଣଦୁଷ୍କର୍ମ ହୋଇଛି । ପୋଲିସ ଘଟଣା ସହିତ ଜଡ଼ିତ ଏକ ମାମଲା ରୁଜୁ କରି ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟରେ ଗୁରୁତର ନାବାଳିକାକୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସହାୟକ ପୋଲିସ ଆୟୁକ୍ତ ପ୍ରୀତମ ପାଲ ସିଂହ କହିଛନ୍ତି, ଥାନା ଇକୋଟେକ-୩ ଅଂଚଳରେ ରହୁଥିବା ୧୧ ବର୍ଷୀୟ ନାବାଳିକା ମଙ୍ଗଳବାର ସନ୍ଧ୍ୟାରେ ଶୌଚପାଇଁ ବାହାରକୁ ଯାଇଥିଲା । ସେହି ସମୟରେ ଅଭିଯୁକ୍ତ ଯୁବକ ଜକକ ପହଂଚିଥିଲା । ସେ କଥିତ ରୂପେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ନାବାଳିକା କାନ୍ଦି କାନ୍ଦି ଘରକୁ ଆସିଥିଲା । ପଡୋଶୀ ଲୋକେ ନାବାଳିକାକୁ ଦେଖି ପୋଲିସକୁ ଖବର ଦେଇଥିଲେ ।
ନାବାଳିକାର ଶରୀରରେ ଅନେକ ଆଘାତ ଲାଗିଛି । ପୋଲିସ ନାବାଳିକାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଡାକ୍ତର କହିଛନ୍ତି, ନାବାଳିକାଙ୍କୁ ଏକାଧିକ ବ୍ୟକ୍ତି ଦୁଷ୍କର୍ମ କରିଥିବା ଆଶଙ୍କା କରାଯାଉଛି । ତେଣୁ ତାର ଅବସ୍ଥା ସଂକଟାପନ୍ନ ହୋଇଛି ।
ଏସିପି କହିଛନ୍ତି, ଘଟଣାର ରିପୋର୍ଟ ଆଧାରରେ ମାମଲା ରୁଜୁ ହେରାଇଛି । ପୋଲିସ ବିଳମ୍ବିତ ରାତି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ନାବାଳିକାର ପିତା କହିଛନ୍ତି, ତାଙ୍କ ଝିଅ ଯେତେବେଳେ ଶୌଚରୁ ଘରକୁ ଫେରିଥିଲା, ରକ୍ତାକ୍ତ ଅବସ୍ଥାରେ ଥିଲା । ସେ ଠିକ ଭାବେ ଚାଲିପାରୁ ନଥିଲା । ତାର ଅବସ୍ଥା ଗୁରୁତର ଥିଲା । ତେବେ ପୁଲିସ ଏହି ଘଟଣାରେ ପରେ ଅଭିଯୁକ୍ତଙ୍କୁ ଅଟକ ରଖି ବିଭିନ୍ନ ପାରିପାଶ୍ୱିର୍କ ଅବସ୍ଥାକୁ ଦୃଷ୍ଟିରେ ରଖି ପଚରାଉଚରା କରୁଛି ।