Thu. Dec 26th, 2024

ଗ୍ରୀସରେ ଶିଶୁ ସାହିତ୍ୟ ଉପରେ ଆଧାରିତ ଆନ୍ତର୍ଜାତୀୟ ସମ୍ମିଳନୀର ଅଧ୍ୟକ୍ଷତା କରିବେ ଆରଏସପି ସଞ୍ଚାର ମୁଖ୍ୟ ରମେନ୍ଦ୍ର କୁମାର

rklsanchar@gmail.com' By J.N. Pradhan Aug 14, 2018 #Featured
262 Views

ରାଉରକେଲା, ୧୪ା୮  : ସେଲ ରାଉରକେଲା ଇସ୍ପାତ କାରଖାନାର ସଞ୍ଚାର ମୁଖ୍ୟ ତଥା ପ୍ରତିଷ୍ଠିତ ଲେଖକ ଶ୍ରୀ ରମେନ୍ଦ୍ର କୁମାର ଏଥେନ୍ସ ଠାରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ୩୬ତମ ଇଣ୍ଟରନେସନାଲ ବୋର୍ହ ଅନ ବୁକ୍ସ ଫର ୟଙ୍ଗ ପିପୁଲ (ଆଇବିବିୱାଇ) କଂଗ୍ରେସର ଏକ ଅଧିବେଶନରେ ଅଧ୍ୟକ୍ଷତା କରିବା ନିମନ୍ତେ ଆମନ୍ତ୍ରିତ ହୋଇଛନ୍ତି ।

ଶ୍ରୀ କୁମାର ଅଧ୍ୟକ୍ଷତା କରିବାକୁ ଯାଉଥିବା ଅଧିବେଶନରେ ତିନିଟି ଭିନ୍ନ ଭିନ୍ନ ମହାଦେଶ ଯଥା ଉତ୍ତର ଆମେରିକା, ୟୁରୋପ ଓ ଏସିଆର ଜଣେ ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ସେମାନଙ୍କର ପେପର ଉପସ୍ଥାପନା କରିବେ । ଶ୍ରୀ କୁମାର ମଧ୍ୟ ‘ଦି ବ୍ରେଭ ନ୍ୟୁ ୱାର୍ଲ୍ଡ ଅଫ ଇଣ୍ଡିଆନ ଚିଲଡ୍ରେନ୍ସ ଲିଟରେଚନର’ ସନ୍ଦର୍ଭରେ ଏକ ପେପର ଉପସ୍ଥାପିତ କରିବେ । ୭୦ରୁ ଉଦ୍ଧ୍ୱର୍ ଦେଶରୁ ୪୫୦ରୁ ଅଧିକ ପ୍ରତିନିଧି ଯୋଗଦେଉଥିବା ଉକ୍ତ କଂଗ୍ରେସକୁ ଶିଶୁ ସାହିତ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ବିଶ୍ୱର ସର୍ବ ବୃହତ ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ବିବେଚନା କରାଯାଇଥାଏ । ‘ମୁଁ ଏଭଳି ଏକ ଦେଶରେ ଜନ୍ମ ନେଇଛି ଯେଉଁଠାରେ କାହାଣୀର ସୃଷ୍ଟି ଜୀବନ ଭଳି ପ୍ରାଚୀନ ।

ଜଗନ୍ନାଥ ସଂସ୍କୃତିର ପ୍ରାନ୍ତରୁ ମୁଁ ଆସିଛି ଯାହା ସହସ୍ରାଧିକ ବର୍ଷ ପୂର୍ବ ଭଳି ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି । ବିଶ୍ୱର ତିନିଟି ପ୍ରମୁଖ ମହାଦେଶର ଲେଖକ ସେମାନଙ୍କର ଲେଖନୀ ଉପସ୍ଥାପନା କରିବାକୁ ଥିବା ଏକ ଅଧିବେଶନରେ ଅଧ୍ୟକ୍ଷତା କରିବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ ଏବଂ ଆମେ ଏଭଳି ଏକ ଦେଶରେ ସମ୍ମିଳିତ ହେଉଛୁ ଯାହା ପ୍ରାଚୀନ ଓ ଆଧୁନିକ, ପୂର୍ବ ଓ ପଶ୍ଚିମର ବ୍ୟବଧାନକୁ ସଂଯୋଗ କରୁଛି । ଏହାଠାରୁ କଣ ଅଧିକ ଆଶା କରାଯାଇପାରେ?’ ବୋଲି ଶ୍ରୀ ରମେନ୍ଦ୍ର କୁମାର ନିଜର ପ୍ରତିକ୍ରିୟାରେ ଉଲ୍ଳେଖ କରିଛନ୍ତି । ଶ୍ରୀ କୁମାର ଜଣେ ଖ୍ୟାତିସମ୍ପନ୍ନ ଶିଶୁ ସାହିତ୍ୟିକ ଅଟନ୍ତି ଏବଂ ଅଦ୍ୟାବଧି ୩୩ଟି ପୁସ୍ତକ ରଚନା କରିଛନ୍ତି । ତାଙ୍କର ପୁସ୍ତକ ୨୮ଟି ଉଭୟ ଭାରତୀୟ ଓ ଆନ୍ତର୍ଜାତୀୟ ଭାଷାରେ ଅନୁବାଦ ହୋଇଛି ।

ବିଗ ବର୍ଷଗୁଡିକରେ ଚିଲଡ୍ରେନ୍ସ ବୁକ ଟ୍ରଷ୍ଟ ଦ୍ୱାରା ଶିଶୁ ସାହିତ୍ୟିକଙ୍କ ପାଇଁ ଆୟୋଜିତ ପ୍ରତିଯୋଗିତାରେ ଶ୍ରୀ କୁମାର ୩୧ଟି ପୁରସ୍କାର ଲାଭ କରିଛନ୍ତି । କୌଣସି ଲୋଖକଙ୍କ ମଧ୍ୟରେ ଏହା ସର୍ବାଧିକ ପୁରସ୍କାର ଅଟେ । ଶ୍ରୀ କୁମାରଙ୍କ ୬ଟି ପୁସ୍ତକ ଭାରତରେ ସିବିଏସଇ ଦ୍ୱାରା ସପ୍ଲିମେଣ୍ଟାରି ପୁସ୍ତକ ରୂପେ ସୁପାରିଶ ହୋଇଛି ଏବଂ ପାଠ୍ୟପୁସ୍ତକରେ ତାଙ୍କର ୧୧ଟି କାହାଣି ସ୍ଥାନ ପାଇଛି ।

ଜଣେ ବିଶିଷ୍ଟ ପ୍ରେରଣାଦାୟୀ ବକ୍ତା ଓ କଥାକାର ରୂପେ ପରିଚିତ ଶ୍ରୀ କୁମାର ଜୟପୁର ଲିଟଫେଷ୍ଟ ଓ ବୁକାରୁ ଭଳି ବିଭିନ୍ନ ମର୍ଯ୍ୟାଦାଜନକ ସାହିତ୍ୟ ଉତ୍ସବ ଏବଂ ସାହିତ୍ୟ ଏକାଡେମୀ, ଇଗ୍ନୋ ଏବଂ ଏନବିଟି ସେମିନାରରେ ଆମନ୍ତ୍ରିତ ହୋଇ ଯୋଗଦେଇଛନ୍ତି । ସେ ଜଣେ ଇଞ୍ଜିନିୟର ଅଟନ୍ତି ଏବଂ ମାର୍କେଟିଙ୍ଗରେ ସ୍ୱର୍ଣ୍ଣ ପଦକ ସହିତ ଏମବିଏ ଡିଗ୍ରୀ ମଧ୍ୟ ଲାଭ କରିଛନ୍ତି ।

Related Post