Sat. Mar 7th, 2026

ଗୋଡ଼ରେ ଚାପିଦେଲେ ତଣ୍ଟି, ଅଭିଯୁକ୍ତ ଫେରାର

Arrested man in handcuffs with hands behind back
272 Views

ଫୁଲବାଣୀ :  ଜମି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପିପଳ ପଙ୍ଗା ଗାଁରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କ ତଣ୍ଟିକୁ ଗୋଡ଼ରେ ଚାପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଯୋଗେଶ୍ୱର ପ୍ରଧାନ। ଏନେଇ ମୃତ ବ୍ୟକ୍ତିଙ୍କ ପୁଅ ସମିଳନ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଯୋଗେଶ୍ୱର ନିଜ  ପିଣ୍ଡାରେ ବସିଥିଲେ। ଏହି ସମୟରେ ହଠାତ୍ ଗାଁର ନୋଜାର ପ୍ରଧାନ ଆସି ତାଙ୍କୁ ଗାଳିଗୁଲଜ କରିଥିଲେ ଓ ହାତରେ ବାଡ଼େଇ ଥିଲେ। ଫଳରେ ଯୋଗେଶ୍ୱର ତଳେ ପଡ଼ିଯାଇଥିଲେ। ପରେ ନିଜାମ ତାଙ୍କ ବେକକୁ ଗୋଡ଼ରେ ଚାପି ଦେଇଥିଲେ। ଘଟଣାସ୍ଥଳରେ ଯୋଗେଶ୍ୱରଙ୍କ  ମୃତ୍ୟୁ ଘଟିଥିଲା।

ଏହି ସମୟରେ ଯୋଗେଶ୍ୱରଙ୍କ ସ୍ତ୍ରୀ ଘରୁ ବାହାରକୁ ଆସି ପାଟି କରିବାରୁ ଘଟଣାସ୍ଥଳରୁ ଅଭିଯୁକ୍ତ ଦୌଡ଼ି ପଳାଇଥିଲା। ତେବେ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ଭିତରେ ଦୀର୍ଘ ଦିନରୁ ବିବାଦ ଲାଗିରହିଥିବାରୁ ଅଭିଯୁକ୍ତ ଏଭଳି ତାଙ୍କ ବାପାଙ୍କୁ ହତ୍ୟା କରିଥିବା ମୃତକଙ୍କ ପୁଅ ଏତଲାରେ ଦର୍ଶାଇଛନ୍ତି।

ତେବେ  ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଧରା ପଡ଼ିନଥିବା ସାରଙ୍ଗଡ଼ ଥାନା ଆଇଆଇସି ସୂଚନା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post