Mon. Nov 25th, 2024

ଗୋଆ: କାନାକୋନା ଠାରେ ବ୍ରିଟିଶ ମହିଳାଙ୍କ ଠାରୁ ଲୁଟ ଓ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

By amfnews Dec 21, 2018 #Featured
257 Views

ପାଣାଜୀ, ଡିସେମ୍ବର ୨୧ : ଗୋଆର କାନାକୋନା ଠାରେ ଜଣେ ବ୍ରିଟିଶ ମହିଳା ପର୍ଯ୍ୟଟକଙ୍କୁ କଥିତ ରୂପେ ଲୁଟ ଏବଂ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିକୁ ଗୁରୁବାର ଗିରଫ କରିଛି । ଅଭିଯୁକ୍ତ ଜେଲରୁ ଫେରାର ଥିଲା । ପୋଲିସ କହିଛି ମଡଗାଓରୁ ରାମଚନ୍ଦ୍ରନ ବାଇ (୩୧)କୁ ଗିରଫ କରିଥିବା ବେଳେ ଘଟଣା ସହିତ ସଂପୃକ୍ତ କି ନୁହେଁ ତାହା ସ୍ୱଷ୍ଟ କରିବାର ବାକି ଅଛି । ରାମଚନ୍ଦ୍ରନ ହେଉଛି ତାମିଲନାଡୁର ତଂଜାବୁର ଜିଲ୍ଲା ନିବାସୀ । ଉତ୍ତର ଗୋଆ ଜିଲ୍ଲାର ପେନମରେ ୩୦ ଲକ୍ଷ ଟଙ୍କା ଲୁଟ ମାମଲାରେ ରାମଚନ୍ଦ୍ରନକୁ ଗିରଫ କରିଛି ପୋଲିସ । ରାମଚନ୍ଦ୍ର ପ୍ରାୟ ଗୋଟିଏ ମାସ ହେବ ଫେରାର ଥିଲା ।

ଜଣେ ଅଧିକାରୀ କହିଛନ୍ତି, ଆଶା କରାଯାଉଛି ଯେ, ରାମଚନ୍ଦ୍ରନ ଦୁଷ୍କର୍ମ ମାମଲା ସହିତ ଜଡ଼ିତ ଥାଇପାରେ । କାରଣ ଅଭିଯୋଗକାରିଣୀ ମହିଳାଙ୍କ ଠାରୁ ଲୁଟ ହୋଇଥିବା ଏଟିଏମ ରାମଚନ୍ଦ୍ରନଙ୍କ ଠାରୁ ମିଳିଛି । କାନକୋନା ପୋଲିସ ନୀରିକ୍ଷକ ରାଜେନ୍ଦ୍ର ପ୍ରଭୁଦେସାଇ କହିଛନ୍ତି, ରାମଚନ୍ଦ୍ରନକୁ ମଡଗାଓ ସହରରୁ ପେର୍ନମ ପୋଲିସ ଗିରଫ କରିଛି । ଜେଲରୁ ଫେରାର ହେବା ପରେ ପୋଲିସ ତାକୁ ଖୋଜୁ ଥିଲା । ପୋଲିସକୁ ସନ୍ଦେହ ଯେ ପର୍ନସ ଦୁଷ୍କର୍ମ ଘଟଣା ସହିତ ରାମଚନ୍ଦ୍ରନ ସାମିଲ ଥାଇପାରେ ।

କାନାକୋନାରେ ସକାଳ ୪ଟାରେ ବିଦେଶୀ ମହିଳା ଜଣକ ପାଲୋଲେମ ବେଳାଭୂମିରେ ଚାଲୁଥିବା ବେଳେ ଲୁଟ ଏବଂ ଦୁଷ୍କର୍ମର ଶିକାର ହୋଇଥିଲେ । ମହିଳା ଅଭିଯୋଗ କରିଥିଲେ ଯେ, କାନାକୋନା ରେଳ ଷ୍ଟେସନ ଠାରୁ ବେଳାଭୂମି ଆଡ଼କୁ ଯାଉଥିବା ରାସ୍ତାରେ ସେ ଲୁଟ ଏବଂ ଦୁଷ୍କର୍ମର ଶିକାର ହୋଇଥିଲେ ।

By amfnews

Related Post