ପଂଜାବ : ଶେଷରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ପଂଜାବ ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କ ମନ୍ତ୍ରୀପଦରୁ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ଏବେ ଇସ୍ତଫା ପତ୍ରକୁ ରାଜ୍ୟପାଳଙ୍କ ମଂଜୁରୀ ପାଇଁ ପଠାଯାଇଛି ।
ଗତ ରରିବାର ଦିନ ପଂଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ସିଦ୍ଧୁ ନିଜ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନିକଟକୁ ପଠାଇଥିଲେ । ଏନେଇ ସେ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଥିଲେ । କିନ୍ତୁ ଅମରିନ୍ଦର ସିଦ୍ଧୁଙ୍କ ଇସ୍ତଫା ମିଳିନଥିବା କହିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଇସ୍ତଫା ମିଳିଥିବା କୁହାଯାଇଥିଲା ।
ରାହୁଲଙ୍କୁ ପ୍ରଥମେ ପଠାଇଥିଲେ ଇସ୍ତଫା
ANI✔@ANI
Punjab Chief Minister Captain Amarinder Singh accepts Navjot Singh Sidhu’s resignation as State Minister. CM has forwarded his resignation to Governor of Punjab Vijayender Pal Singh Badnore.
କ୍ରିକେଟରରୁ ରାଜନେତା ହୋଇଥିବା ସିଦ୍ଧୁ ନିଜ ଟ୍ୱିଟରେ ଲେଖିଥିଲେ, ସେ ପଂଜାବ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ଚାହାଁନ୍ତି । ତାଙ୍କ ଇସ୍ତଫା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ଜୁନ ୧୦ରେ ପହଁଚି ଯାଇଥିଲା । ସେ ଅନେକ ସମୟ ଧରି ରାହୁଲଙ୍କ ଉତରକୁ ଅପେକ୍ଷା କରିଥିଲେ । ଏହାସହ ସେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ।