Mon. Nov 25th, 2024

ଗୃହସ୍ଥୀ ଉଦ୍ୟୋଗର ଚ୍ୟାନେଲ ପାର୍ଟନର୍ସ ମିଟ୍

By amfnews Sep 9, 2018 #Featured
104 Views

ରାଉରକେଲା, ୯ା୯: ମସଲା କମ୍ପାନୀ ଗୃହସ୍ଥୀ ଉଦ୍ୟୋଗ ପକ୍ଷରୁ ଗତକାଲି ରାଧିକା ରିଜେନ୍ସିରେ ଚ୍ୟାନେଲ ପାର୍ଟନର୍ସ ମିଟ୍ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ କମ୍ପାନୀର ସୁପର ଷ୍ଟକିଷ୍ଟମାନେ ଯୋଗ ଦେଇଥିଲେ । କମ୍ପାନୀ ପକ୍ଷରୁ ଏପ୍ରିଲ-୨୦୧୮ରେ ‘ଆଓ ଚଲେ ଥାଇଲାଣ୍ଡ’ ସ୍କିମ ପ୍ରଚଳନ କରାଯାଇଥିଲା । ସୁପର ଷ୍ଟକିଷ୍ଟମାନଙ୍କୁ ଏଥି ପାଇଁ ସ୍ୱତନ୍ତ୍ର ଭାବେ ଟାର୍ଗେଟ ଦିଆଯାଇଥିଲା । ଟାର୍ଗେଟ ହାସଲ କରିବାକୁ ସମସ୍ତ ଷ୍ଟକିଷ୍ଟମାନଙ୍କୁ ଉତ୍ସାହିତ କରାଯାଇଥିଲା ।

କର୍ଯ୍ୟକ୍ରମରେ ଗୃହସ୍ଥୀ ଉଦ୍ୟୋଗର ଚେୟାରମ୍ୟାନ ଗଣେଶ ଚନ୍ଦ୍ର ବାଗେଡ଼ିଆ ଉଦ୍ବୋଧନ ଦେଇ କମ୍ପାନୀ ସର୍ବଦା ସର୍ବୋକ୍ରୃଷ୍ଟ ଉତ୍ପାଦ ଉପରେ ଗୁରୁତ୍ୱ ଦେଇ ଆସିଛି । ଗୁଣବତ୍ତା ସହିତ କମ୍ପାନୀ କେବେ ସାଲିସ କରି ନାହିଁ ବୋଲି ସେ କହିଥିଲେ । କେବଳ ଗୁଣମାନ ପାଇଁ ଗୃହସ୍ଥୀ ଘରେ ଘରେ ପରିଚିତ ଓ ଆଦୃତି ଲାଭ କରିଛି ବୋଲି ଶ୍ରୀ ବାଗେଡ଼ିଆ କହିଥିଲେ ।

ତେଣୁ ଆଗାମୀ ଦିନରେ ଏହା ବଳବତ୍ତର ରହିବ ବୋଲି ସେ କହିଥିଲେ । ତେଣୁ ଗୃହସ୍ଥୀ ଉଦ୍ୟୋଗ ସହିତ ଜଡ଼ିତ ସୁପର ଷ୍ଟକିଷ୍ଟ, ଡିଲର ଓ ସବ୍-ଡିଲରମାନେ ଏହାର ଫାଇଦା ହାସଲ କରିବାକୁ ଉଦ୍ୟମ କରିବା ଉଚିତ ବୋଲି ଶ୍ରୀ ବାଗେଡ଼ିଆ ପରାମର୍ଶ ଦେଇଥିଲେ । କମ୍ପାନୀର ଅନ୍ୟତମ ନିର୍ଦ୍ଦେଶିକା ମଞ୍ଜୁ ବାଗେଡ଼ିଆ ଓ ସିଇଓ ଏସ୍.ସି.ରାଠୋର ପ୍ରମୁଖ କମ୍ପାନୀର ବିଭିନ୍ନ ଉତ୍ପାତ ଉପରେ ଆଲୋଚନା କରିଥିଲେ ।

ଜଣେ ସଫଳ ସେଲ୍ସମ୍ୟାନ ହେବା ପାଇଁ କେଉଁ ସବୁ ଗୁଣର ଅଧିକାରୀ ହେବା ଉଚିତ ସେ ନେଇ ଶ୍ରୀ ରାଠୋର ବିଭିନ୍ନ ଟିପ୍ସମାନ ଦେଇଥିଲେ । ପ୍ରୋଜେକ୍ଟର ଜରିଆରେ ସେ ବିଭିନ୍ନ ବ୍ୟବସାୟିକ କୌଶଳ ବା ଷ୍ଟ୍ରଟେଜି ଉପରେ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅବିନାଶ ମିଶ୍ର ଓ ପୂଜା ମିଶ୍ର ପରିଚାଳନା କରିଥିଲେ ।

By amfnews

Related Post