Tue. Dec 24th, 2024

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ , ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Oct 22, 2020 #Featured
132 Views

ନୂଆଦିଲ୍ଲୀ, ଅକ୍ଟୋବର ୨୨ (ଖବର ଓଡ଼ିଶା): ଦେଶର ଅନ୍ୟତମ ବିଶିଷ୍ଟ ଲୋକପ୍ରିୟ ରାଜନୀତିଜ୍ଞ, ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଆଜି ହେଉଛି ଜନ୍ମଦିନ । ଶ୍ରୀ ଶାହା ଆଜି ୫୬ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । ଦେଶର ବିକାଶମୂଳକ କାମରେ ଅମିତ ଶାହାଙ୍କ ଯୋଗଦାନ ସ୍ମରଣୀୟ । ତାଙ୍କର ଉଦ୍ୟମରେ ବିଜେପି ଶକ୍ତିଶାଳୀ ହୋଇପାରିଛି । ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ମୋଦୀ କହିଛନ୍ତି ।

ସେହିଭଳି ଶହାଙ୍କ ଜନ୍ମଦିନ ଅବସରରେ ଦେଶର ବରିଷ୍ଠ ନେତାମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ଶାହାଙ୍କୁ ଜନ୍ମଦିନର ଅଭିନନ୍ଦନ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଟୁଇଟ କରି ଶାହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପୀୟୁଷ ଲେଖିଛନ୍ତି, ନିଜେ ପରିଶ୍ରମ କରି ଦେଶର ସୁରକ୍ଷା ଚିନ୍ତା କରିଛନ୍ତି । ସିଏଏ ଓ ଧାରା ୩୭୦ ଉଚ୍ଛେଦ ପାଇଁ ଯେଉଁ ଐତିହାସିକ ନିଷ୍ପତ୍ତି ନେଇଥିଲେ, ଦେଶ ସବୁଦିନ ପାଇଁ ମନେ ରଖିବ । 

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତ ଏକ ପତ୍ର ଲେଖି ଲୋକପ୍ରିୟ ରାଜନେତା, ଅଦ୍ଭୁତ ସଂଗଠନକର୍ତ୍ତା, ଲଢୁଆ ଓ କୁଶଳ ରଣନୀତିକାର, ରାଷ୍ଟ୍ରର ଆନ୍ତରୀକ ସୁରକ୍ଷାକୁ ଅଭେଦ୍ୟ ବନାଇବାରେ ଆଦରଣୀୟ ଅମିତ ଶାହା ନିଷ୍ଠାର ସହିତ କାମ କରିଛନ୍ତି । ମୁଁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛ । ଆପଣ ସୁସ୍ଥ ଓ ଦୀର୍ଘାୟୁ ହୁଅନ୍ତୁ । 

ବର୍ଷ ୧୯୬୪ ଅକ୍ଟୋବର ୨୨ ତାରିଖରେ ଅମିତ ଶାହା ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ରାଜନୀତିରେ ଶାହାଙ୍କୁ ଚାଣକ୍ୟ କୁହାଯାଉଛି । ବର୍ଷ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନ ବ୍ୟତୀତ ଅନ୍ୟ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ପାଇଁ ଅମିତ ଶାହାଙ୍କ ଯୋଗଦାନ ବୋଲି କୁହାଯାଇଥାଏ । 

By amfnews

Related Post