Fri. Jan 10th, 2025

ଗୁରୁବାର ସଂସଦରେ ପାରିତ ହୋଇପାରେ ତିନ ତଲାକ ବିଲ, ବିଜେପି ଜାରିକଲା ହ୍ୱିପ

By amfnews Dec 26, 2018 #Featured
169 Views

ନୂଆଦିଲ୍ଲୀ, ଡିସେମ୍ବର ୨୬ : ଡିସେମ୍ବର ୨୭ ଗୁରୁବାର ଦିନ  ସଂସଦରେ ହୋଇପାରେ ହଟ୍ଟଗୋଳ । ଗୁରୁବାର ଦିନ ସଂସଦରେ ବହୁ ପ୍ରତିକ୍ଷିତ ତିନ ତଲାକ ବିଲ ପାସ କରିବା ଲକ୍ଷ୍ୟରେ ଅଛନ୍ତି କେନ୍ଦ୍ର ସରକାର । ଗୁରୁବାର ତିନ ତଲାକ ବିଲ ଚର୍ଚ୍ଚା ହେବା ସହ ଏହି ବିଲକୁ ପାରିତ କରିବା ନେଇ ଭୋଟିଂ ମଧ୍ୟ ହୋଇପାରେ  ।

ବିଜେପି ତାର ସବୁ ସାଂସଦ ମାନଙ୍କୁ ହ୍ୱିପ ଜାରି କରିଛି । ଗୁରୁବାର ଦିନ ସଂସଦରେ ହାଜର ହେବା ପାଇଁ  ସବୁ ସାଂସଦ ମାନଙ୍କୁ କୁହାଯାଇଛି । ସଂସଦରେ ତିନ ତଲାକ ବିଲ ପାଇଁ ଭୋଟିଂ ହେବାର ସମ୍ଭାବନା ରହିଛି ତେଣୁ ଏହି ଆଦେଶକୁ ପାଳନ କରିବାକୁ ବିଜେପି ପକ୍ଷରୁ କୁହାଯାଇଛି  ।

ସୂଚନାଯୋଗ୍ୟ କଂଗ୍ରେସ ରାଫେଲ ଡିଲକୁ ନେଇ ଜେପିଜି ଗଠନ କରିବାକୁ ଦାବି କରି ବସିଛି ସେପଟେ ବିଜେପି ସଙ୍କେତ ଦେଇଛି ଯେ ତିନ ତଲାକ ବିଲକୁ ନେଇ ଆଗକୁ ବଢିବ ଏବଂ ଗୁରୁବାର ଏହି ବିଲ ଲୋକସଭାରେ ପାସ କରିବା ପରେ ଆସନ୍ତା ସପ୍ତାହରେ ରାଜ୍ୟସଭାରେ ବିଲକୁ ପାସ କରିବା ପାଇଁ  ଆଗତ କରାଯିବ । ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏହି ବିଲ ନେଇ ଅଧ୍ୟାଦେବ ପାରିତ ହୋଇଥିଲା । ବିଲରେ ପରିବର୍ତ୍ତନ ପାଇଁ ବିରୋଧୀଙ୍କ ଦାବିକୁ ସାମିଲ କରାଯାଇଛି । ବିଲରେ କିଛି ପରିବର୍ତ୍ତନ କରିବା ସହ ନୂଆ ବିଲ ସରକାର ଗଠନ କରିଛନ୍ତି । ସରକାର ଆଣିବାକୁ ଯାଉଥିବା ନୂଆ ବିଲ ଅନୁସାରେ

୧. ଏହି ମାମଲାରେ ଏଫଆଇଆର ସେତେବେଳେ ଗ୍ରହଣ କରାଯିବ ଯେବେ ନିଜେ ପତ୍ନୀ କିମ୍ବା ପରିବାରର ଅତି ନିକଟତର ସଦସ୍ୟ ମାମଲା ରୁଜୁ କରିବେ । ବିରୋଧୀଙ୍କ ସହିତ ବିଭିନ୍ନ ସଂଘଠନ ବାଦି କରିଥିଲା ଯେ ଏହି ଘଟଣାରେ ଏଫଆଇଆରର କିଏ ଭି ବ୍ୟବହାର କରିପାରିବ ବୋଲି ବିରୋଧ କରିଥିଲେ ।

୨.ସ୍ୱାମୀ ଓ ସ୍ତ୍ରୀ ମାଜିଷ୍ଟ୍ରେଟଙ୍କ ପାଖରେ ବୁଝାବଣା ମଧ୍ୟ କରିପାରିବେ । ଏହା ପୂର୍ବରୁ ବିଲରେ ଏନେଇ କୌଣସି ପ୍ରାବଧାନ ନଥିଲା । ବିରୋଧୀ ଏହି ବ୍ୟବସ୍ଥା ବିଲରେ ଆଣିବାକୁ ଦାବି କରିଥିଲେ ।

୩.ତତ୍କାଳ ତିଲ ତଲାକକୁ ବର୍ତ୍ତମାନ ମଧ୍ୟ ଜାମିନ ବିହୀନ ଅପରାଧ ହିଁ ରହିବ, କିନ୍ତୁ ଏଥିରେ ଟିକିଏ ପରିବର୍ତ୍ତନ କରାଯାଇଛି ,ଜିଲ୍ଲା ମାଜିଷ୍ଟ୍ରେଟ ଚାହିଁଲେ ଏହି ମାମଲାରେ ଜାମିନ ପ୍ରଦାନ କରିପାରିବେ । ଜାମିନ ପ୍ରଦାନ କରିବା ପୂର୍ବରୁ ପତ୍ନୀଙ୍କ ପକ୍ଷ ପ୍ରଥମେ ଶୁଣିବାକୁ ହେବ । ଏହା ପୂର୍ବରୁ ଏହି ବିଲରେ ଏପରି କିଛି ପ୍ରବଧାନ ନଥିଲା ।

ଏହି ମାମଲାରେ ମହିଲାଙ୍କୁ ଅଧିକାର ଦିଆଯାଇଛି ଯେ ତିନ ତଲାକ ପରିସ୍ଥିତିରେ ନିଜ ପାଇଁ ଏବଂ ନିଜ ପିଲାଙ୍କ ଭରଣ ପୋଷଣ କରିବା ପାଇଁ କୋର୍ଟ କିମ୍ବା ମାଜିଷ୍ଟ୍ରେଟଙ୍କ ପାଖରେ ଆବେଦନ କରି ପାରିବେ । ଏହା ସହ ମହିଳାମାନେ ନିଜ ପିଲାଙ୍କୁ ପାଖରେ ରଖିବା ପାଇଁ ମାଜିଷ୍ଟ୍ରଟଙ୍କ ପାଖରେ ଆବେଦନ କରିପାରିବେ । ଜିଲ୍ଲା ମାଜିଷ୍ଟ୍ରେଟ ଏହାର ନିଷ୍ପତ୍ତି ନେବେ ।

By amfnews

Related Post