Sat. Nov 23rd, 2024

ଗୁପ୍ତଧନ ପାଇଁ ତନ୍ତ୍ର ସାଧନା: ଧର୍ମଗଡ଼ରେ ୨ ତାନ୍ତ୍ରିକ ଅଟକ, ୭ ଫେରାର

By amfnews Nov 3, 2020 #Featured
142 Views

ଭୁବନେଶ୍ୱର, ନଭେମ୍ବର ୦୩ : ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ପରେ ମଧ୍ୟ ସମାଜରୁ ଅନ୍ଧବିଶ୍ୱାସ ଦୂର ହୋଇନାହିଁ । ସମାଜରେ ଆଜି ବି ଏମିତି ଲୋକ ଅଛନ୍ତି, ଯେଉଁମାନେ କି ବିନା ପରିଶ୍ରମରେ ଅର୍ଥ ରୋଜଗାର କରିବାକୁ ଚାହୁଁଛନ୍ତି । ଏଭଳି ପ୍ରୟାସ କରୁଥିବା ଲୋକ ଅନେକ ସମୟରେ ହଟହଟା ହେଉଥିବା ଦୃଷ୍ଟିଗୋଚର ହେଉଛି । ଆଉ ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଂଚଳରେ ଦେଖିବାକୁ ମିଳିଛି । 

ଧର୍ମଗଡ଼ ଅଂଚଳର ରକାବାହାଲ ଗାଁରେ ୨ ଜଣ ତାନ୍ତ୍ରିକ ଅଟକ ଅଛନ୍ତି । କିନ୍ତୁ ୨ ତାନ୍ତ୍ରିକଙ୍କ ୭ ଜଣ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଚନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ତାନ୍ତ୍ରିକମାନେ ଗୁପ୍ତଧନ ପାଇବା ଆଶାରେ ରକାବାହାଲ ଗାଁ ମୁଣ୍ଡରେ ତନ୍ତ୍ରସାଧନା କରୁଥିଲେ । ଏମାନଙ୍କର କାର୍ଯ୍ୟକଳାପ ଗାଁ ଲୋକଙ୍କୁ ଭଲ ଲାଗି ନଥିଲା । ଫଳରେ ସେମାନେ ଘଟଣାସ୍ଥଳକୁ ପହଂଚିଥିଲେ । କିନ୍ତୁ ଗ୍ରାମବାସୀଙ୍କ ଆଗମନକୁ ଦେଖି ସେଠାରୁ ୭ ଜଣ ଖସି ପଳାଇଥିବା ବେଳେ ଆଉ ୨ ଜଣଙ୍କୁ ଧରିଥିଲେ ଗ୍ରାମବାସୀ । 

ତେବେ କେବଳ କଳାହାଣ୍ଡି ଜିଲ୍ଲାରେ ନୁହେଁ, ବରଂ ରାଜ୍ୟର ଅନ୍ୟ ଅଂଚଳରେ ମଧ୍ୟ ଏଭଳି ଅନ୍ଧବିଶ୍ୱାସ ଘଟଣା ଗୁଡ଼ିକ ଦେଖିବାକୁ ମିଳୁଛି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏହା ଅଧିକ । ମାଲକାନଗିରି, ନବରଂଗପୁର, କନ୍ଧମାଳ, କେନ୍ଦୁଝର ଓ ସୁନ୍ଦରଗଡ଼ର ଆଦିବାସୀ ଅଂଚଳରେ ଅନ୍ଧବିଶ୍ୱାସ ଅଧିକ କାୟା ମେଳାଇଛି । 

By amfnews

Related Post