Sun. Mar 8th, 2026

ଗୁଣ୍ଡିଚା ମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି

198 Views

ପୁରୀ : ମାଉସୀ ବାଡ଼ିରେ ତିନି ଦିଅଁଙ୍କର ଆଜି ବନକ ଲାଗି ନୀତି ହେବ। ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକ ଲାଗି ହେବ। ଏଣୁ ରାତି ୯ଟା ପରଠାରୁ ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପାଇଁ ୮ରୁ ୧୦ ଜଣ ଦତ୍ତମହାପାତ୍ର ସେବକ ମିଶି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିବେ। ପହୁଡ଼ ଆଳତି ପରେ ଦୁଆର ପଡ଼ିବ। ଏହାପରେ ସେବାୟତମାନେ କସ୍ତୁରୀ, କେଶର, ହେଙ୍ଗୁଳ ଓ ହରତାଳର ମିଶ୍ରଣରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀମୁଖ ସିଂହାର କରିବେ।

By amfnews

Related Post