Sat. Jun 7th, 2025

ଗୁଣିଗାରେଡି ପାଇଁ ୧୦ ଜଣ ନାବାଳକଙ୍କୁ ହତ୍ୟା ପରେ ସେମାନଙ୍କ ଦେହରୁ ଗୁପ୍ତାଙ୍ଗ ଓ ଦାନ୍ତ କାଢି ନିଆଯାଇଛି

By amfnews Jan 29, 2019 #Featured
273 Views

ଡୋଡୋମା (ଟାଂଜାନିଆ), ଜାନୁଆରୀ ୨୯  :ଗତ ଡିସେମ୍ବର ମାସରେ ୧୦ ଜଣ ନାବାଳକଙ୍କ ମୃତ ଶରୀର ଓ ଶରୀରର ବିଭିନ୍ନ ଅଙ୍ଗ ଦେଖିବାକୁ ମିଳିଥିଲା। ସେମାନେ ଅପହୃତ ହୋଇଥିଲେ। ଏହି ପିଲାମାନଙ୍କ ଶରୀରରୁ ଗୁପ୍ତାଙ୍ଗ ଓ ଦାନ୍ତ କାଢି ନିଆଯାଇଥିବା ଦେଖିବାକୁ ମିଳୁଛି। ଏହି ପିଲାମାନଙ୍କର ବୟସ ୭ ବର୍ଷ ଥିଲା। ଏହି ପିଲାମାନଙ୍କର ଅଭିଭାବକମାନେ ପିଲା ନିରୁର୍ଦ୍ଦିଷ୍ଟ ଥିବା ନେଇ ଥାନାରେ ଏତଲା ଦେଇଥିଲେ।

ଏହି ପିଲାମାନଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଛି ବୋଲି କୁହାଯାଉଛି। ଟାଂଜାନିଆର ଅନେକର ସୂରଜମୁଖୀ ମଣିଷ ନିୟମିତ ଭାବେ ପିଲାମାନଙ୍କର ହାଡ଼ ଓ ଶରୀରର ବିଭିନ୍ନ ଅଙ୍ଗ ପାଇବା ଲାଗି ସେମାନଙ୍କୁ ହତ୍ୟା କରୁଥିବା ମଧ୍ୟ ଜଣାଯାଇଛି। ତେବେ ଏହି ପିଲାମାନଙ୍କର ହତ୍ୟା ସହ ଏହାର କିଛି ସଂପର୍କ ନାହିଁ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି କେବଳ ଗୁଣି ଗାରେଡି ଲାଗି ଏହି ୧୦ ନାବାଳକଙ୍କର ଗୁପ୍ତାଙ୍ଗ ଛେଦନ କରାଯାଇଛି ଓ ଦାନ୍ତ କାଢି ନିଆଯାଇଛି। ଏ ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ଟାଂଜାନିଆ ସ୍ୱାସ୍ଥ୍ୟ ଉପମନ୍ତ୍ରୀ ଫୈଷ୍ଟିନ୍‌ ଏନ୍‌ ଗଜୁଲିଏ କହିଛନ୍ତି।

By amfnews

Related Post