Mon. Nov 25th, 2024

ଗୁଜୁରାଟ: ସାଧୁସନ୍ଥଙ୍କ ବୈଠକରେ ଅଂଶଗ୍ରହଣ କରିବେ ଶାହ-ଯୋଗୀ, ହେବ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା!

By amfnews Dec 21, 2018 #Featured
134 Views

ନୂଆଦିଲ୍ଲୀ, ଡିସେମ୍ବର ୨୧ : ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁଜୁରାଟର ରାଜକୋଟରେ ହିନ୍ଦୁ ଧାର୍ମିକ ନେତାଙ୍କ ସହିତ ବୈଠକରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଏହି ବୈଠକରେ ରାମମନ୍ଦିର ସମେତ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରମୁଖ ମୋହନ ଭାଗବତ ଏବଂ ବିଜେପି ସାଧାରଣ ସଂପାଦକ ରାମମାଧବ ମଧ୍ୟ ଏହି ୨ ଦିନିଆ ବୈଠକରେ ଅଂଶଗ୍ରହଣ କରୁଛନ୍ତି । ଚିନ୍ତନ ବୈଠକ ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି । ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦ ସହିତ ଜଡ଼ିତ ନେତା ଅଂଶଗ୍ରହଣ କରୁଛନ୍ତି । ଆରଏସଏସର ଗୁଜୁରାଟ ଶାଖା ମୁଖପାତ୍ର ବିଜୟ ଠକ୍କର କହିଛନ୍ତି, ପ୍ରତି ୨ ବର୍ଷରେ ଥରେ ହିନ୍ଦୁ ଆଚାର୍ଯ୍ୟ ସଭା ଏହି ବୈଠକର ଆୟୋଜନ କରିଥାଏ । ଏହି ସଭାରେ ବିଭିନ୍ନ ହିନ୍ଦୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଏ ।

ବିଜୟ ଠକ୍କର କହିଛନ୍ତି, ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ପ୍ରସଙ୍ଗରେ ଆଲୋଚନା ହେବ । ବୈଠକରେ କ’ଣ ଆଲୋଚନା ତାହା ପରେ ଜଣାପଡ଼ିବ । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ରାମମନ୍ଦିର ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଗୁଜୁରାଟ ବିଜେପି ମୁଖପାତ୍ର ରାଜୁ ଧ୍ରୁବ କହିଛନ୍ତି, ଅମିତ ଶାହ ଏହି ବୈଠକରେ ଅଂଶଗ୍ରହଣ କରିବାକୁ ରାଜକୋଟ ଆସିବେ । ସେହିଭଳ ଯୋଗୀ ଆଦିତ୍ୟନାଥ ମଧ୍ୟ ପହଂଚିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି ।

By amfnews

Related Post