Sun. Mar 8th, 2026

ଗିନଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍ ରେକର୍ଡସରେ ସ୍ଥାନ ପାଇଥିବା ପ୍ରଖ୍ୟାତ ଅଭିନେତ୍ରୀ-ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ପରଲୋକ

194 Views

ହାଇଦ୍ରାବାଦ : ୪୪ଟି ତେଲୁଗୁ ସିନେମାର ନିର୍ଦ୍ଦେଶିକା ତଥା ୨୦୦ରୁ ଅଧିକ ତେଲୁଗୁ,ତାମିଲ ଓ ମାଲାୟାଲମ୍‌ ସିନେମାରେ ଅଭିନୟ କରି ଗିନଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍ ରେକର୍ଡସରେ ସ୍ଥାନ ପାଇଥିବା ପ୍ରଖ୍ୟାତ ଅଭିନେତ୍ରୀ-ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ୧୯୪୯ ମସିହା ଜାନୁଆରି ୨୦ ତାରିଖରେ ବିଜୟ ଜନ୍ମଗ୍ରହଣ କରିଥିଲେ।

୨୦୦୮ରେ ତାଙ୍କୁ ତେଲୁଗୁ ସିନେମାର ପୁରସ୍କାର ରଘୁପୀଠ ଭେଙ୍କେୟା ଆଓ୍ଵାର୍ଡ ରେ ସମ୍ମାନିତ କରାଯାଇଥିଲା। ବିଜୟା ନିର୍ମଳା ମାତ୍ର ସାତ ବର୍ଷ ବୟସରୁ ଶିଶୁ କଳାକାର ଭାବେ ଚଳଚ୍ଚିତ୍ରରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ସେ ଦୁଇଥର ବିବାହ କରିଥିଲେ। ତାଙ୍କର ଦ୍ୱିତୀୟ ସ୍ୱାମୀ ଥିଲେ ଜଣାଶୁଣା ଅଭିନେତା କ୍ରୀଷ୍ଣା। ସେମାନଙ୍କ ଔରସରୁ ଜଣେ ପୁଅ ନରେଶ ବି ଅଛନ୍ତି।

ଫିଲ୍ମ ‘ସାକ୍ଷୀ’ରେ ସେଟ୍‌ରେ କ୍ରୀଷ୍ଣାଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ତା’ପରେ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା। କ୍ରୀଷ୍ଣା ଓ ବିଜୟା ଏକାଠି ୪୭ଟି ତେଲୁଗୁ ଫିଲ୍ମରେ କାମ କରିଥିଲେ। ଅଭିନେତା ମଞ୍ଜୁ ମନୋଜ ଟୁଇଟରରେ ବିଜୟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି,‘ଆପଣ ଆସିଲେ,ଆପଣ ଇତିହାସ ସୃଷ୍ଟି କଲେ ଓ ଆପଣ ଚାଲିଗଲେ।’ ଏହି ବିଶିଷ୍ଠ ଅଭିନେତ୍ରୀ-ନିର୍ଦ୍ଦେଶିକାଙ୍କ ବିୟୋଗରେ ଟଲିଉଡରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post