Sat. Mar 7th, 2026

ଗାନ୍ଧୀଜୀ ସିଂହଦ୍ବାର ପର୍ଯ୍ୟନ୍ତ ଯାଇଛନ୍ତି, କିନ୍ତୁ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିନାହାନ୍ତି

220 Views

ସେହିପରି ଅନୁଗୁଳ ଗସ୍ତ ବେଳେ ଗାନ୍ଧୀ ଯାହାଙ୍କ ଘରେ ଅତିଥି ହେବାର ଥିଲା ସେଇ ଘର ଲୋକଙ୍କୁ ସେଠାକାର ତତ୍କାଳୀନ ଡେପୁଟି କମିସନର ଗାନ୍ଧୀଜୀଙ୍କୁ ଘରେ ନରଖିବାକୁ ତାଗିଦ୍‌ କଲେ। ତେଣୁ ସ୍ଥିତି ଏମିତି ହେଲା, ଗାନ୍ଧୀଙ୍କୁ ପ୍ରଚଣ୍ଡ ଖରାରେ ମଧ୍ୟାହ୍ନରେ ଗଛତଳେ ଆଶ୍ରୟ ନେବାକୁ ପଡ଼ିଲା। ତେବେ ଗାନ୍ଧୀଙ୍କ ଲୋକପ୍ରିୟତା ଏତେ ଥିଲା ଯେ, ତାଙ୍କୁ ସେଇ ଗଛ ତଳେ ଭେଟିବା ପାଇଁ ହଜାର ହଜାର ଲୋକଙ୍କ ଆଗମନ ହୋଇଥିଲା। ଅନ୍ୟ ଏକ ଘଟଣା ମୁତାବକ, ଭଦ୍ରକର ଗରଦପୁର‌ରେ ଗାନ୍ଧୀଙ୍କ ରହଣି କାଳରେ ଯେମିତି ଲୋକେ ତାଙ୍କ ପାଖକୁ ଯାଇ ନପାରିବେ ସେଥିପାଇଁ ସେଠିକାର ତତ୍କାଳୀନ ସବ୍‌ ଡିଭିଜ୍‌ନାଲ୍‌ ଅଧିକାରୀ ଓ ପୁଲିସ୍‌ ଅଧିକାରୀ ଭୟ ଦେଖାଇଥିଲେ। ଓଡ଼ିଶା ଗସ୍ତ କାଳରେ ଏଭଳି କିଛି ତିକ୍ତ ଅନୁଭବ ନେଇ ମଧ୍ୟ ଗାନ୍ଧୀଙ୍କୁ ଫେରିବାକୁ ପଡ଼ିଥିଲା।

ଅବିଭକ୍ତ ପୁରୀ ଜିଲ୍ଲାରେ ଗାନ୍ଧୀ ସ୍ମୃତି ବହନ କରୁଥିବା ପ୍ରତିଟି ସ୍ଥାନ ଏବେ ଏକ ପୀଠ ହୋଇଯାଇଛି। ପୁରୀରୁ ହିଁ ସେ ଅସ୍ପୃଶ୍ୟତା ବିରୋଧରେ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ। ପୁରୀ ସମୁଦ୍ରକୂଳର ଗୋପାଳ ବାଡ଼ିରେ ରାତି କାଟିଛନ୍ତି। କେବଳ ସେତିକି ନୁହେଁ ଏହି ପୁରୀରେ ମହାତ୍ମାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ କରାଯାଇଥିଲା। ୧୯୪୮ ମସିହା ଫେବ୍ରୁଆରି ୧୨ ତାରିଖରେ ଏହି ବିସର୍ଜନ କରାଯାଇଥିଲା। ସେହି ସ୍ଥାନ ଏବେ ବି ଗାନ୍ଧୀ ସ୍ମୃତି ପୀଠ ହୋଇରହିଛି।

By amfnews

Related Post