Sat. Nov 23rd, 2024

ଗାନ୍ଧିଜୀ ଙ୍କ ଦୁଃଖ

By amfnews Aug 10, 2018 #Featured
971 Views

ଅଧ୍ୟାପକ ବିଶ୍ୱରଞ୍ଜନ୍
ଅନ୍ତଃପ୍ରବେଶ ପୂର୍ବରୁ ପ୍ରଥମେ ଅଟକି ଗଲି ମୁଖଶାଳା ପାଖରେ । ଅର୍ଥାତ ପୁସ୍ତକର ପ୍ରଚ୍ଛଦ ଚିତ୍ର ପାଖରେ । ଆଖି ଭରି ମନ ଭରି ଦେଖିଲି ପ୍ରସିଦ୍ଧ ଶିଳ୍ପୀ ହାତରେ ଅଙ୍କା ଛବିଟିକୁ । ପୁସ୍ତକର ପ୍ରଣେତା ପ୍ରଶାନ୍ତ ପଟନାୟକଙ୍କୁ ଅନେକ ଧନ୍ୟାବାଦ ଯେ ସେ ଖୋଜି ଲୋଡ଼ି ଆଣିଛନ୍ତି ମହାନ୍ ଶିଳ୍ପି ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କୁ ।ଯିଏ ଆମ ଓଡ଼ିଶାରେ ଉପଯୁକ୍ତ ସନ୍ମାନରୁ ବଞ୍ଚିତ ହେଲେ ହେ, କାହାର ସରକାର ପାଟନାଠାରେ ତରଙ୍କର ଉଲ୍ଲେଖନୀୟ ଅଳାରେ ସ୍ୱୀକୃତି ସ୍ୱରୂପ । ଉପେନ୍ଦ୍ର ମହାରଥି କଳା ଭାସ୍କର୍ଯ୍ୟ ଅନୁଷ୍ଠାନଟି ନାମିତ କରିଛନ୍ତି । ଆନନ୍ଧର କଥା ପ୍ରଶାନ୍ତ ଭରଇ ନିଜ ବହି ପାଇଁ ମହାରଥିଙ୍କ ଛବିଟିକୁ କେବଳ ଚୟନ କରିନାହେନ୍ତି ସେ ଶିଳ୍ପିଙ୍କ କୃତିତ୍ୱ ସଂମ୍ପର୍କରେ ମଧ୍ୟ ବିଶେଷ ସୂଚନା ଦେଇଛନ୍ତି ।
ବୁଦ୍ଧଙ୍କ ପାଖରେ ଗାନ୍ଧି । କାମନାର ବିନାଶରେ ଦଃୁଖର ବିନାଶ ବୋଲି କହିଲେ ଗୌତମ୍ ବୁଦ୍ଧ । ମାତ୍ର ଗାନ୍ଧିଜୀଙ୍କ ଦୁଃଖ ପଛରେ ରହିଲା ତାଙ୍କର କାମନା । ଏ କାମନା ନିଜ ପାଇଁ ନୁହେଁ, ଦେଶ ପାଇଁ । ତାଙ୍କର ନେତୃତ୍ୱରେ ଅହିଂସାର ସଂଗ୍ରାମରେ ଦେଶ ସ୍ୱାଧିନତା ଲାଭକଲା ସତ, ମାତ୍ର ତାଙ୍କ ସ୍ୱପ୍ନର ସ୍ୱାଧିନତା ଏ ପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଯାଇଛି । ଗାନ୍ଧିଜୀଙ୍କ ଦୁଃଖ ହେଉଛି ଆମ ସମସ୍ତଙ୍କ ଦୁଃଖ । ସେହି ଦୁଃଖ ରୂପାୟୀତ ହୋଇଛି ପ୍ରସାନ୍ତ ପଟନାୟକ ଙ୍କ ସହ ଓ ଭାବନାରେ, ଏକ ଅନୁପମ ସୃଜନଶୌଳି ମାଧ୍ୟମରେ । ଗାନ୍ଧିଜୀଙ୍କୁ ନେଇ ଯେତେ ବହି ଲେଖା ଯାଇଛି, ସମଗ୍ର ଆଖିରେ ଅବା କୌଣସି ବ୍ୟାକ୍ତି ବିଶେଷଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇନାହିଁ । ସତ୍ୟର ପୂଜାରୀ ଭାବରେ ସର୍ବତ୍ର ସେ ସମ୍ମାନିତ ହେଲାବେଳେ କେହିକେହି ତାଙ୍କୁ ମିଛ ମହାତ୍ମା ଭାବରେ ସମାଲୋଚନା କରିବାକୁ ମଧ୍ୟ କୁଣ୍ଠାବୋଧ କରିନାହେନ୍ତି । ମାତ୍ର ସବୁ ନିନ୍ଦା ପ୍ରଶଂସାର ଉଦ୍ଧ୍ୱର୍ରେ ଗାନ୍ଧି ଆଉ ବ୍ୟକ୍ତି ହୋଇ ରହିନାହାନ୍ତି । ଗାନ୍ଧି ଏକ ବିଚାର ଏକ ଚେତନା, ସତ୍ୟ-ଅହିଂସାର ଏକ ପ୍ରତୀକ ପୁରୁଷ ଭାବେ ଉଭା ହୋଇଛନ୍ତି ବିଶ୍ୱ ବାସିଙ୍କ ସମ୍ମୁଖରେ ।
ଏହି ପ୍ରତିକ ପୁରୁଷ ଏବେ ଅଭିଜ୍ଞ ତଥା ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ପଟନାୟକ ପାଖକୁ ଆସିଛନ୍ତି ସ୍ୱପ୍ନରେ । ଜଣେ ସାମ୍ବାଦିକ ଭାବରେ ସେ ନିଜ ଅନୁଭବ ଓ ଅନୁଭୁତ୍ତି କୁ ବାଣ୍ଟୁଛନ୍ତି ଗାନ୍ଧିଙ୍କ ସହିତ । ପ୍ରତିଦିନ ରାତିରେ ପ୍ରଶାନ୍ତଙ୍କ ସୟନକକ୍ଷରେ ଗାନ୍ଧିଙ୍କର ଆର୍ବିଭାବ ଏବଂ ଆଳାପ ଆଲୋଚନା । ସମସାମୟୀକ ଘଟଣାବଳୀକୁ ନେଇ ପ୍ରଶାନ୍ତଙ୍କର ଏକ ଅଭିନବ ସୁଜନଶୀଳ ଉପସ୍ଥାପନା । କବି କେଦାର ମିଶ୍ରଙ୍କ ଭାଷାରେ କହିଲେ- ବିଚାର, ଦର୍ଶନ , ଆବେଗ ଓ ବର୍ଣ୍ଣନାର ଫେଣ୍ଟାଫେଣ୍ଟି ଏକ ଚମତ୍କାର ଦସ୍ତାବିତ “ଗାନ୍ଧିଜୀଙ୍କ ଦଃୁଖ’
“ଗାନ୍ଧିଜୀଙ୍କ ଦୁଃଖ ଭଳି ମୋର ଗୋଟେ ବହି ଅଛି” “ବାପୁଜୀଙ୍କ ଜଷମା ହଜିଛି’ ୨୦୧୧ ମସିହା ଜୁଲାଇ ମାସର ଗୋଟିଏ ସମ୍ବାଦ ମୋର ଦୃଷ୍ଟି ଆକର୍ଷଣ କରିଥିଲା । ସମ୍ବାଦଟି ହେଲା- ୱାର୍ଦ୍ଧା ଆଶ୍ରମରୁ ଗାନ୍ଧିଜୀ ଙ୍କ ଚଷମା ହଜିଯାଇଛି । ଅବଶ୍ୟ ଆଶ୍ରମର କର୍ତ୍ତୁପକ୍ଷ ଯଣାଇ ଥିଲେ ଯେ, ଚୋରି ନୁହେଁ କେଉଁଠି ରହିଯାଇଛି, ମାତ୍ର ମୋ ଦୃଷ୍ଟିରେ ଏହାଥିଲା ଆମ ସମୟର ରାଜନୌତିକ ଚିତ୍ର । ଲେଖିଥିଲି “ଗୋଟିଏ ନାଥୁରାମ ବାପୁଜୀଙ୍କ ମର ସରୀରକୁ ସିନା ମରଣାଘାତ ଦେଇଥିଲା, ହେଲେ ତାଙ୍କ ଅବିନାସି ଧାରା ଓ ଆଦର୍ଶକୁ ପ୍ରତିମୂହୁର୍ତ୍ତରେ ଖୋଜି ଆଘାତ ଦେବା ଅପରାଧରେ ଲିପ୍ତ ଅଛନ୍ତି ଆଜିର ନେତା ମାନେ । ବାପୁଜୀଙ୍କ ଚଷମା କେଉଁକାଳୁ ହଜିଗଲାଣି ସେ ଚଷମା ତଳର ସ୍ନିଗ୍ଧ ଓ ସୁଧ ଚାହାଣିଟିକୁ କଳା ଟଙ୍କାରେ ବଳିଆନ୍ କଳା ଚଷମା ପିନ୍ଧା ନେତା ମାନେ କେବେଠୁ ଭୁଲିଗଲେଣି ।
ଖୁସିଲାଗିଲା ଯେ ଗାନ୍ଧିଜୀ ସ୍ୱୟଂ ସେଇକଥା କହୁଛନ୍ତି ପ୍ରଶାନ୍ତଙ୍କୁ ଯେ, “ ନାଥୁରାମ୍ ମତେ ଗୁଳିକରି ଅମରତ୍ୱ ଦେଇ ନିଜେ ଫାଶି ଖୁଣ୍ଟରେ ଝୁଲିଥିଲେ । ମୁଁ ଏକାନ୍ତରେ ଚିନ୍ତା କରିବା ସମୟରେ ନାଥୁରାମ୍ ଙ୍କ ପ୍ରତି ଗୋପନରେ କୃତଜ୍ଞତା ଜଣାଇ ଥାଏ । ବାସ୍ତବରେ ଦେଖିଲେ ନାଥୁରାମ୍ ମୋ ଛାତିକୁ ଗୁଳିକରି ମୋତେ ଥରୁଟେ ସିନା ହତ୍ୟ କରିଥିଲା, ଆମ ଦେଶର ନେତା ମାନେ ଟଙ୍କାରେ ମୋ ମୁଣ୍ଡର ଫଟୋଛାପି ପ୍ରତି ମୁହୃତରେ ମୋତେ ହତ୍ୟା କରି ଚାଲିଥିବାରୁ ମୁଁ ସର୍ବଦା ଯନ୍ତ୍ରଣା ରେ ଛଟପଟ ହେଉଛି” ।
ଗାନ୍ଧିଜୀଙ୍କ ଜୀବନର ଆଦର୍ଶଥିଲା ସର୍ବବ୍ୟାପୀ । ସମାଜରେ ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ଗାନ୍ଧି ମଣିଷର ଜୀବନରେ କାର୍ଯ୍ୟକାରି ହୋଇପାରିଲା ଭଳି ସମସ୍ୟା ସମାଧାନର ସହଜସୂତ୍ର ବାହାର କରିନାହନ୍ତି । ତାହାର କାରଣ ହଲା ଗାନ୍ଧିଜୀ ଭାରତର ଲୋକଙ୍କ ନୀତିଟି ଯେପରି ଜାଣିଥିଲେ । ତାହା ଆଉ କାହାର ପକ୍ଷରେ ସମ୍ଭବ ହୋଇନାହିଁ କି ହେବ ନାହିଁ । ରସ୍ମିଙ୍କର “ଅନ୍ ଟୁ ଦିସ୍ ଲାଷ୍ଟ’’ ବହି ପଢ଼ି ସେ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ଗୁଜୁରାତି ଭାଷରେ ଅନୁବାଦ ଦେଇଥିଲେ । ସର୍ବଦୋୟ ନାଁରେ ଗାନ୍ଧି ଦର୍ଶନର ମୂଳ କଥାଥିଲା ସମସ୍ତଙ୍କର କଲ୍ୟାଣ । ଗାନ୍ଧିଜୀଙ୍କୁ ଭେଟିଲା ବେଳେ ପ୍ରଶାନ୍ତ ପଟ୍ଟନାୟକଙ୍କ ନିଜ ରାଜ୍ୟ,ଦେଶ, ସାମାଜୀକ ବ୍ୟବସ୍ଥା, ଅବ୍ୟବସ୍ଥାର ସବୁ କଥା ଆଣି ବସିିଛନ୍ତି । ତା ଭିତରେ ନାରୀ ମାନଙ୍କ ଆତ୍ମରକ୍ଷା, ଦୁର୍ନିତି,ସାସକର ମନୋବୃତି, ଭଣ୍ଡବାବା ମାନଙ୍କ କଳାକାରନାମା, ଏପରିକି ମୋଦି-ନବିନ ସରକାର ମଧ୍ୟ ଆଲୋଚନାର ପରିସରକୁ ଆସିଛନ୍ତି । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଭିତରେ ଗାନ୍ଧିଜୀଙ୍କ ରସିକତା ମଧ୍ୟ ପ୍ରଶାନ୍ତଙ୍କ ବ୍ୟଙ୍ଗୋକ୍ତି ରେ ଫୁଟି ଉଠିଛି । ଉଦାହରଣ ଟିଏ ରଖୁଛି । ଦିନେ କଥାବାର୍ତ୍ତା କରୁକରୁ ଗାନ୍ଧୀଜି ଙ୍କୁ ହସିବାର ଦେଖି, ପ୍ରଶାନ୍ତ ହସିବାର କାରଣ ପଚାରିବାରୁ ଗାନ୍ଧୀ କହୁଛନ୍ତି – “ ଆଜି ଏଠାକୁ ଆସିବା ସମୟରେ ଏକ ଝାପ୍ସା ଅନ୍ଧାରିଆ ସ୍ଥାନରେ ପ୍ରେମିକ ପ୍ରେମିକା କଥା ହେଉଥିବାର ଶୁଣିଲି । ପ୍ରେମିକ କହିଲା “ମୁଁ ତୁମଲାଗି ସବୁକିଛି କରିବାକୁ ପ୍ରସ୍ତୁତ । ତୁମକୁ ଖୁସି କରିବା ପାଇଁ ଆବଶ୍ୟକ ହେଲେ ଆକାଶରୁ ଜହ୍ନଟିଏ ଆଣି ତୁମ ହାତରେ ଧରାଇ ଦେବି’’ ପ୍ରେମିକର କଥା ଶୁଣି ପ୍ରେମିକା ହସି ହସି ଗଡ଼ିଗଲା ଏବଂ କହିଥିଲା – “ତମେ କ’ଣ ଭାବିଛ ମୁଁ ଦେଶବାସୀଙ୍କ ଭଳି ଏତେ ବୋକା ଯେ ମୋଦିଙ୍କ ଭଳି ଯାହା କିଛି ପ୍ରତିଶ୍ରୁତି ଦେଲେ ମୁଁ ସବୁକିଛି କୁ ବିସ୍ୱାସ କରିଯିବି ।’’ସେମାନଙ୍କର ଏହି କଥା ମନେ ପଡ଼ିବାରୁ ମୁଁ ନହସି ରହିପାରିଲିନାହିଁ ।

ବହିର ଶେଷ ଅଧ୍ୟାୟ କିମ୍ବା କହିବାକୁ ଗଲେ ଶେଷ ବାର୍ତ୍ତାଳାପରେ ଗାନ୍ଧୀଜିଙ୍କ ପ୍ରଶ୍ନ- “ ଆମେ ସବୁ ଯେଉଁ ସୁନାର ଭାରତ, ସ୍ୱାଧିନ ଭାରତର ସ୍ୱପ୍ନ ଦେଖିଥିଲୁ , ଏବେ କ’ଣ ସେଇ ଭାରତର ଆମେ ବସବାସ କରୁଛେ?’’ ପ୍ରଶାନ୍ତ ଉତ୍ତର ଦେଉଛନ୍ତି “ସେହି ସୁନାର ଭାରତ ଏବେ “ମେକ୍ ଇନ୍ ଇଣ୍ଡି÷ଆ” ଓ “ଡ଼ିଜିଟାଲ ଇଣ୍ଡିଆ” ର ସ୍ୱପ୍ନ ଭିତରେ ହଜିଯିବାକୁ ବସିଲାଣି । ପ୍ରୟ ଶତକଡ଼ା ୯୫ଭାଗ ଲୋକ ଜାବନ ସଂଗ୍ରାମରେ ବ୍ୟସ୍ତ ଥିବା ସମୟରେ ଦେଶର ମାତ୍ର ୧୦୦ ଗୋଟି ପରିବାର ଅଧିକାଶଂ ସଂପତ୍ତିର ମାଲିକ ହୋଇ ଅୟସରେ ଜୀବନ ଜାପନ କରୁଛନ୍ତି । ଗାନ୍ଧୀଜୀଙ୍କର ଦୁଃଖ ହେଲା, ସମଗ୍ର ବିଶ୍ୱରେ ସବୁ କ୍ଷେତ୍ରରେ ସ୍ୱାଭାବିକ ଭାବରେ ନରିବର୍ତ୍ତନ ଘଟୁଥିବା ସମୟରେ ଆମ ଦେଶରେ ଛଳନା ଓ ପ୍ରତାରଣା ରାଜନୀତି ଚାଲିଛି ।
ଜଣେ ସମାଜ ସଚେତକ ସଚ୍ଚା ନାଗରିକ ତଥା ସତ୍ୟନିଷ୍ଟ ଅଭିଜ୍ଞ ସାମ୍ବାଦିକ ଭାବରେ ପ୍ରଶାନ୍ତ ପଟ୍ଟନାୟକ ନିଜର ସାମାଜିକ ରାଜନୌତିକ ଦୃଷ୍ଟିକୋଣ ପ୍ରକାଶ କରିଛନ୍ତି “ଗାନ୍ଧୀଜିଙ୍କ ଦୁଃଖ” ମାଧ୍ୟମରେ ଗାନ୍ଧୀଜି ଙ୍କ ଦୁଃଖ ହେଉଛି ଆମ ସମୟର ଦୁଃଖ, ଆମ ସମସ୍ତଙ୍କର ଦୁଃଖ । ଏ ପ୍ରକାର ସାମୂହିକ ଦୁଃଖାନୁଭାବ ଓ ଅନୁଭୂତିକୁ ଶୁଷ୍କ ସମ।।ଲୋଚନା ଭିତରେ ନରଖି ଗଳ୍ପକଳାର ସ୍ପର୍ଶ ଦେବାରେ ସଫଳ ହୋଇଛନ୍ତି ଲେଖକ । ଲେଖକ ଓ ଗାନ୍ଧୀଜିଙ୍କ ମଧ୍ୟରେ ବାର୍ତ୍ତାଳାପ ସୀମିତ ନରହି ଆଉ କିଛି ଚରିତ୍ରର ସଂଯୋଗ ଘଟିଥିଲେ ଏହା ଏକ ଚମତ୍କାର ରୂପ ନେଇଯାଇଥାନ୍ତା । ସେ ଯାହାହେଉ “ଗାନ୍ଧୀଜିଙ୍କ ଦୁଃଖ” ମୋର ପାଠକୀୟ ସତ୍ତାକୁ ଗଭୀର ଭାବେ ସ୍ପର୍ଶ କରିଛି । ଫଳରେ ବହିଟି ପଢ଼ି ଶେଷ ଲେଖାପରେ ଗାନ୍ଧୀଜି ମଧ୍ୟ ମୋତେ ଆସି ସ୍ୱପ୍ନରେ ଦେଖାଦେଇଛନ୍ତି ଏବଂ ମୁଁ ତାଙ୍କୁ ଶୁଣେଇଥିଲି ମୋ କଥା ବା କବିତା ,ସେଇ କବିତାରେ ହିଁ ଶେଷ କରୁଛି ମୋ ବକ୍ତବ୍ୟ । ଏହି କବିତା ହେଉଛି ପ୍ରଶାନ୍ତ ପଟ୍ଟନାୟକଙ୍କ ବହିର ସାରକଥା ।
ଗାନ୍ଧୀଜୀ ଙ୍କ ଉଦ୍ଦେଶ୍ୟରେ ମୋ କଥା- ଗାନ୍ଧୀ ମହାତ୍ମା, ଆପଣ ଏବେ କାହାଣୀ ଓ କବିତା / ସଭାମଞ୍ଚଞ୍ଚରବକ୍ତୁତା କାନକୁ ମଧୁର ଚମତ୍କାର କଥା ।
ଗାନ୍ଧୀ ମହାତ୍ମା ଆପଣ ଏବେ କାଗଜ ଟଙ୍କାର ମୁଣ୍ଡ । ନେତାଙ୍କ ତୁଣ୍ଡ ଗୁଣ୍ଡି ଓ ଗୁଡ଼ାଖୁ ଅବା ମସଲାର ଗୁଣ୍ଡ, ବେପାରିଙ୍କ ବିଜ୍ଞାପନ, ଦୋକାନ ବଜାରରେ ଲାଭ ଆଉ ଶୁଭର କାରଣ । ଦିଲ୍ଲୀରୁ ଆରମ୍ଭ କରି ପଲ୍ଲୀ ଯାଏଁ, ରାଜ ଘାଟରୁ ଗାଁ ହାଟ, ଗଳିକନ୍ଦି ରାସ୍ତାଘାଟ, ସବୁଠି ଆପଣ ଉଭା ମୂର୍ତ୍ତିଟିଏ ହୋଇ, କେଉଁଠିବା ମର୍ଗଟିଏ , ମର୍ମ କେହି ଭେଦିନାହିଁ । ମର୍ମବାଣ କରିନାହିଁ ଜୀବନର ବାଣୀ , ମାଳଟିଏ ଗଳାରେ ଝୁଲାଇ ନିଶ୍ଚି୍ନ୍ତରେ ନିଘୋଡ଼ ନିଦରେ ପଡ଼ିଛନ୍ତି ସୋଇ , ଉଠନ୍ତି କେବଳ ମଝିରେ ମଝିରେ ଦେଖିବାକୁ “ମୁନ୍ନା ଭାଇ’’ ଫିଲ୍ମ ପରଦାରେ । ଅବା କେହି ଯଦି କହିଦିଏ ସବୁ ମିଛ, “ମିଛ ମହାତ୍ମା ଆପଣ’’ । ଗାନ୍ଧୀ ମହାତ୍ମା କୁହନ୍ତୁ ଆପଣ, କେତେକାଳ ଚାଲିଥିବ ଏଇମିତି ମିଛ ଅଭିନୟ, ମୁଖାପିନ୍ଧା ମଣିସ ମୁହଁରେ , ଆପଣଙ୍କ ଜୟଜୟକାର । ସତ୍ୟଠାରୁ ବହୁଦୂରେ ସତ୍ୟାଗ୍ରହି ଶୋଭାଯାତ୍ରା ସଭା କୋଳାହଳ, କେତେକାଳ ଚାଲିଥିବ ସତ୍ୟନାମେ ମିଥ୍ୟାର ପ୍ରଚାର ।

By amfnews

Related Post