Wed. Mar 11th, 2026

ଗାଁ ପାଖ ନାଳରେ ବୁଲୁଛି କୁମ୍ଭୀର

254 Views

ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ବ୍ଲକର ବହିରା ଗାଁରେ କୁମ୍ଭୀର ଆତଙ୍କ। ଦୀର୍ଘ ଆଠ ଦିନ ହେବ ଗାଁ ପାଖରେ ଥିବା ଏକ ନାଳରେ କମ୍ଭୀର ବୁଲୁଛି। ଏହି ନାଳଟି ପ୍ରାଥମିକ ସ୍କୁଲ ଲାଗି ଥିବାରୁ ଛାତ୍ରଛାତ୍ରୀ ଓ ଲୋକେମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀମାନେ ଗାଧୁଆପାଧୁଆ ଓ ଶୌଚ ପାଇଁ ଏହି ନାଳ ଉପରେ ନିର୍ଭର କରିଥାନ୍ତି। ନାଳରେ କୁମ୍ଭୀର ଥିବାରୁ ଗ୍ରାମବାସୀ ଭୟରେ ସେଠାକୁ ଯାଉନାହାନ୍ତି।

ଗତ କିଛି ଦିନ ହେବ ବୌଦ୍ଧ ଜିଲ୍ଲାରେ ହୋଇଥିବା ବନ୍ୟାରେ କୁମ୍ଭୀରଟି ମହାନଦୀରୁ ନାଳକୁ ପଶି ଆସିଥିବା ଅନୁମାନ କରାଯାଉଛି। ଖବର ପାଇ ବୌଦ୍ଧ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରର ଗତିବିଧି ଉପରେ ନଜର ରଖିଛନ୍ତି। କୁମ୍ଭୀରର ଲମ୍ବ ୬ଫୁଟ୍ ହେବ ବୋଲି ଅନୁମାନ କରାଯାଇଛି। ତେବେ କୁମ୍ଭୀରଟିକୁ କାହିଁକି ନାଳକୁ ଉଦ୍ଧାର କରାଯାଉନାହିଁ ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି।

By amfnews

Related Post