Wed. May 21st, 2025

ଗଭୀର ସମୁଦ୍ରରେ ୨ ଯାହାଜରେ ଅଗ୍ନିକାଣ୍ଡ, ୧୧ ମୃତ, ଜାହାଜରେ ୧୫ ଭାରତୀୟ ସହିତ ଥିଲେ ୩୨ ନାବିକ

By amfnews Jan 22, 2019 #Featured
165 Views

ମସ୍କୋ, ଜାନୁଆରୀ ୨୨ : ରୁଷିଆ ଓ କ୍ରିମିଆକୁ ଅଲଗା କରୁଥିବା କେର୍ଚ ଷ୍ଟ୍ରେଟ୍‌ର ଗଭୀର ସମୁଦ୍ରରେ ତୈଳବିନିମୟ କରୁଥିବା ବେଳେ ହଠାତ ଦୁଇଟି ଜାହାଜରେ ନିଆଁ ଲାଗିଯିବାରୁ ଅନ୍ୟୁନ ୧୧ ଜଣ ନାବିକଙ୍କର ପ୍ରାଣହାନୀ ଘଟିଥିବା ବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି।ଏହି ଦୁଇଟି ଜାହଜରେ ତାଞ୍ଜିନିଆର ପତାକା ଉଡୁଥିବା ବେଳେ ଗୋଟିଏରେ ତରଳିକୃତ ପ୍ରାକୃତିକ ବାଷ୍ପ ଓ ଅନ୍ୟଟିେ ତୈଳ ଟ୍ୟାଙ୍କର ଥିବା ଜଣାଯାଇଛିି। ଏହି ଦୁଇଟି ଜାହାଜରେ ଭାରତ, ତୁର୍କୀଓ ଲିବ୍ୟାର ନାବିକମାନେ ଥିବା ବେଳେ ଏଥିରେ ୧୫ ଜଣ ଭାରତୀୟ ନାବିକ ଥିବା ଜଣାଯାଇଛିି।
କାଣ୍ଡି ନାମକ ଜାହାଜରେ ୧୭ ଜଣ ନାବିକ ଥିଲେ। ସେମାନଙ୍କ ମଧ୍ୟରୁ ତୁର୍କୀର ୯ ଜଣ ଥିବା ବେଳେ ୮ ଜଣ ଭାରତୀୟ ନାବିକ ଥିଲେ। ସେହିପରି ମାଷ୍ଟ୍ରେଓ ନାମକ ଅନ୍ୟ ଏକ ଜାହାଜରେ ୧୫ ଜଣ ନାବିକ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୁର୍କୀର, ୭ ଜଣ ଭାରତୀୟ ଓ ଜଣେ ଲିବ୍ୟାର ନାବିକ ଥିବା ଜଣାଯାଇଛିି। ରୁଷିଆର ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ଗୋଟିଏ ଜାହଜରେ ବିସ୍ଫୋରଣ ଘଟିବାରୁ ସଙ୍ଗେ ସଙ୍ଗେ ଦୁଇଟି ଯାହଜରେ ନିଆଁ ଲାଗି ଯାଇଥିିଲା। ତେବେ ଜଳୁଥିବା ଯାହାଜରୁ ପାଣିିକୁ ଡେଇଁ ବହୁ ନାବିକ ସେମାନଙ୍କ ଜୀବନ ବଞ୍ଚାଇଥିିବା ବେଳେ ୧୧ ଜଣ ନାବିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କୁ ଉଦ୍ଧାର କରାଯାଇଥିିବା ବେଳେ ୯ ଜଣ ଏବେ ବି ନିଖୋଜ ଥିବା କୁହାଯାଇଛି। ତେବେ ପାଗ ଖରାପ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାଯାଇଛିି।

By amfnews

Related Post