Sat. Jan 11th, 2025

ଗବେଷକ ଗଣେଶ ପରିଜା ସ୍ମାରକୀ ବକ୍ତୃତା ଓ ସ୍ମୃତି ସଂଧ୍ୟା

By amfnews Sep 26, 2018 #Featured
264 Views

ଭୁବନେଶ୍ୱର , ୨୬.୯.୧୮ :  ବିଶିଷ୍ଟ ଗବେଷକ ତଥା ଜନପ୍ରିୟ ଲେଖକ, ଗଣେଶ ପ୍ରସାଦ ପରିଜାଙ୍କ ଉନବିଂଶ ସ୍ମୃତି ଦିବସ ପରିପ୍ରେକ୍ଷୀରେ ‘ଶାରଳା ସ୍ମାରକ’ ପକ୍ଷରୁ ସ୍ମାରକୀ ବକ୍ତୃତା ଓ ସ୍ମୃତିସଭା ଆସନ୍ତା କାଲି ସେପ୍ଟେମ୍ବର-୨୬ ତାରିଖ ସଂଧ୍ୟାରେ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷ(କେଶରୀ ଟକିଜ ସମ୍ମୁଖ) ଠାରେ ଅନୁଷ୍ଠିତ ହେଉଛି । ବିଶିଷ୍ଟ ବୋ÷÷ଦ୍ଧ ଗବେଷକ ଓ ପ୍ରତ୍ନତତ୍ତ୍ୱବିତ୍ ଶ୍ରୀଯୁକ୍ତ ସୁନିଲ ପଟ୍ଟନାୟକ,“ଓଡିଶାରେ ବୋ÷÷ଦ୍ଧ ଧର୍ମ ଓ ତନ୍ତ୍ର ଉପାସନା”ଶୀର୍ଷକ ଏହି ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ।

ଏହି ଅବସରରେ ବିଶିଷ୍ଟ ଓଡିଶୀ ଗବେଷିକା ତଥା ନୃତ୍ୟାଙ୍ଗନା ଡ. ନୀତା ବହିଦାରଙ୍କୁ ତାଙ୍କର ଓଡ଼ିଶୀ ସଂପର୍କରେ ଗବେଷଣା ଓ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ଗବେଷଣା ଭିତ୍ତିକ ସଂଦର୍ଭ ପାଇଁ “୩ୟ ଗଣେଶ ପରିଜା ସମ୍ମାନ” ପ୍ରଦାନ କରାଯିବ ।
‘ଶାରଳା ସ୍ମାରକ’ର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ଡ.ସାତକଡି ହୋତା ଏହାକୁ ଉଦ୍ଘାଟନ କରିବା ସହ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶଶୀ ଭୂଷଣ ବେହେରା ଯୋଗ ଦେବେ । ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ତଥା ଶାରଳା ସ୍ମାରକର ଉପସଭାପତି ପ୍ରଫେସର ଡା.ନିମାଇଁ ଚରଣ ପରିଜାଙ୍କର ସଭାପତିତ୍ୱରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସମ୍ବାଦ ପ୍ରସାରଣ ପାଇଁ ଦୟାକରି ସଂଧ୍ୟା ୬ ଘଟିକା ୩୦ମିନିଟରେ ପ୍ରତିନିଧି ଓ କ୍ୟାମେରା ମ୍ୟାନ ପଠାଇବାକୁ ବିନୀତ ଅନୁରୋଧ ।

By amfnews

Related Post