Sun. Mar 8th, 2026

ଗତକାଲି ରାଜ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଚାରିଜଣଙ୍କ ମଧ୍ୟରୁ ଦୁଇ ସୁନ୍ଦରଗଡ଼ ଜିଲ୍ଲାର

206 Views

ରାଉରକେଲା /ସୁନ୍ଦରଗଡ଼ : ଗତକାଲି ରାଜ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାଯାଇଛି। କରୋନାଭାଇରସ୍ ଆକ୍ରାନ୍ତ ଚିହ୍ନଟ‌ ହେବାରେ ଏହା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଘଟଣା। ଏ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଞ୍ଚଳର ବୋଲି ସୂଚନା ମିଳିଛି । ଏହି ଦୁଇ କରୋନା ଆକ୍ରାନ୍ତ ଏବେ ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଦୁହେଁ ଯାଜପୁରର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି ।

ପ୍ରଶାସନିକ ସୂଚନା ଅନୁସାରେ, ଏହି ମାମଲାରେ ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି l ବିଶ୍ରା ଅଞ୍ଚଳ ସିଲ୍ ପାଇଁ ଘଟଣାସ୍ଥଳରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ରାଉରକେଲା ଏସପି କେ.ଶିବା ସୁବ୍ରମଣି, ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଅନ୍ୟ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପୁଲିସ ପହଞ୍ଚିଛନ୍ତିl କେଉଁ କେଉଁ ଅଞ୍ଚଳ ସିଲ ହେବ ତାହାର ରୂପରେଖ ପ୍ରସ୍ତୁତ କରାଯାଉଛି l

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ଆଉ ଚାରି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ସଂଖ୍ୟା ୫୪ରେ ପହଞ୍ଚିଛି। ରାଜ୍ୟର ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଇତିମଧ୍ୟରେ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବାବେଳେ ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪୧ ଜଣ ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

By amfnews

Related Post